ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ଓଡିଶା ବିଧାନସଭାରେ ୪ଟି ବିଲ୍ ଆଗତ ହେବା ପରେ ଗୁରୁବାର ମଧ୍ୟ ଆଉ ଏକ ବିଲ୍ ଆଗତ ହୋଇଛି।
ଓଡିଆ ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ ବିଲ୍-୨୦୧୬କୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ବିଧାନସଭାରେ ଆଗତ କରିଛନ୍ତି। ଏ ସମ୍ପର୍କରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏହି ବିଲ୍‌ରେ ଓଡିଆ ଭାଷାକୁ ଯଥାର୍ଥ ସମ୍ମାନ ଦିଯାଯାଇ ନାହିଁ। ଓଡିଆ ଭାଷା ସହ ସାନ୍ତାଳୀ ଓ କୋଶଳୀ ଭାଷା ଉପରେ ସରକାର ଚିନ୍ତା କରିବା ଦରକାର।
ବୁଧବାର ବିଧାନସଭାରେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପାଇଁ ସରକାର ପ୍ରସ୍ତୁତ କରିଥିବା ବିଲ୍ ବିଧାନସଭାରେ ପାରିତ ହୋଇଛି। ଏହାସହ ଓଡିଶା ବିକ୍ରିକର ସଂଶୋଧନ ବିଲ୍, ଓଡିଶା ମୋଟରଯାନ କର ଧାର୍ଯ୍ୟକରଣ ସଂଶୋଧନ ବିଲ୍, କୃଷି ଉତ୍ପାଦ ମାର୍କେଟିଂ ଆମେଣ୍ଡମେଣ୍ଟ ବିଲ୍ ପାରିତ ହୋଇଛି।
୨୦୧୬ ଅଗଷ୍ଟ ୧୨ରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଓଡିଆ ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳ଼ୟକୁ ଅନୁମୋଦନ ମିଳିଥିଲା। ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ଓଡିଆ ଭାଷାରେ ଅଧିକ ଗବେଷଣା ପାଇଁ ଛାତ୍ରଛାତ୍ରୀ ସୁଯୋଗ ପାଇବେ। ଏହି ବିଶ୍ୱବବିଦ୍ୟାଳୟ ଭୁବନେଶ୍ୱରରେ ପ୍ରତିଷ୍ଠା କରାଯିବ।
୨୦୧୬ ମୌସୁମୀ ଅଧବେଶନରେ ଏହି ବିଲ୍ ପାରିତ ହେବାର ଥିଲା। ମାତ୍ର କେତେକ ସମସ୍ୟା ଯୋଗୁଁ ଏହା ପାରିତ ହୋଇପାରି ନଥିଲା। ଶେଷରେ ଚଳିତ ମୌସୁମୀ ଅଧିବେଶନରେ ଏହି ବହୁ ପ୍ରତିକ୍ଷୀତ ବିଲ୍ ପାରିତ ହୋଇଛି।

Tags: Odisha News, Odisha, Bhubaneswar, Odisha Assembly, Education Minister, Ananta das, Odia Language, Literature, Bill, Cabinet Meeting, University, Bhubaneswar News, Breaking News, Latest News, Odisha Breaking News, Odisha Stories, Odisha Top Stories, Top Stories

 

Comment