ଓଡ଼ିଶାଲାଇଭ୍ ବ୍ୟୁରୋ
“କେନ୍ଦ୍ର ସରକାର ସିବିଆଇକୁ ପୋଷା ଶୁଆ ଭାବେ ବ୍ୟବହାର କରୁଛନ୍ତି। ଯିଏ ଦୋଷ କରିବ ସିଏ ଦଣ୍ଡ ପାଇବ। ଏଥିରେ ଦଳ କିମ୍ବା ନବୀନ ପଟ୍ଟନାୟକଙ୍କର କିଛି କରିବାର ନାହିଁ। ଆଇନ୍ ତା’ ବାଟରେ ଯିବ। ମୁଖ୍ୟମନ୍ତ୍ରୀ କେବେ କୌଣସି ଅଭିଯୁକ୍ତକୁ ଘଣ୍ଟ ଘୋଡାଇବାକୁ ଚାହିଁ ନାହାନ୍ତି। ଅତୀତରେ ପ୍ରଭାତ ତ୍ରିପାଠୀ, ରାମଚନ୍ଦ୍ର ହାଁସଦା ହେଉଛନ୍ତି ଏହାର ପ୍ରମାଣ। ପ୍ରଭାତ ବିଶ୍ୱାଳ ଯଦି କୌଣସି ଅପରାଧରେ ଜଡିତ ଥିବେ ତାହାଲେ ସେ ଦଣ୍ଡ ପାଇବେ”- ବିଜେଡିର ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ।
“ପ୍ରଭାତ ବିଶ୍ୱାଳଙ୍କ ରାତି ଅଧିଆ ଗିରଫ ନିନ୍ଦନୀୟ। ଗିରଫ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦଶେରେ ସିବିଆଇ ଏହା କରିଛି”- ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ।
“ପ୍ରଭାତଙ୍କ ଗିରଫଦାରୀ ଏକ ରାଜନୈତିକ ଷଡ଼ଯନ୍ତ୍ର। ସିବିଆଇ ନିରପେକ୍ଷ ତଦନ୍ତ କରୁନାହିଁ। ନିର୍ଦ୍ଦିଷ୍ଟ ଦଳ ଇଙ୍ଗିତରେ ସିବିଆଇ କାମ କରୁଛି। ଜମି କିଣାବିକାକୁ ନେଇ ଟଙ୍କା ନେଣଦେଣ ହୋଇଛି, କୌଣସି ଅପରାଧିକ କାର୍ଯ୍ୟକ୍ରମ ହୋଇନାହିଁ”- ପ୍ରଭାତ ବିଶ୍ୱାଳଙ୍କ ଭାଇ ଆର୍ତ୍ତରଞ୍ଜନ ବିଶ୍ୱାଳ।
“ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ବିଜେପି ଏଭଳି କରିଛି। ସିବିଆଇ ବିଜେପିର ହାତବାରିସି ସାଜିଛି। ୪ ବର୍ଷ ହେଲା ତଦନ୍ତ କରୁଥିବା ବେଳେ ହଠାତ୍ ରାତି ଅଧିଆ ଗିରଫ କିଛି ବୁଝାପଡୁନି”- ବିଜେଡି ନେତା ସୁବାସ ସିଂ
“ମହାଳୟାରେ ଧର୍ମର ଜୟ ହୋଇଛି। ବିଜେଡିର ଅସଲ ମୁଖା ଖୋଲି ଯାଇଛି। ୧୫ ବର୍ଷ ଧରି ବିଜେଡି ଜମାକାରୀଙ୍କ ଟଙ୍କା ଲୁଟୁଥିବା ବେଳେ ସିବିଆଇର ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ”- ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର
Tags: Bhubaneswar News, BJD, Breaking News, CBI, Choudwar-Cuttack MLA, Latest News, MLA Pravat Tripathy, Odisha Breaking News, Odisha News, Odisha Stories, Odisha Top Stories, Ponzi scam, Pravat Biswal, Seashore Group, Top Stories