ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ସିବିଆଇ ଅଫିସ୍‌ରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଚାଲିଛି ମାରାଥନ୍‌ ଜେରା। ରିମାଣ୍ଡର ଚତୁର୍ଥ ଦିନରେ ସିବିଆଇ ଅଧିକାରୀ ପ୍ରଭାତଙ୍କଠାରୁ ସିସୋର୍‌ ସମ୍ପର୍କିତ ଅଧିକ ତଥ୍ୟ ବାହାର କରୁଛନ୍ତି।

ସିସୋର୍‌ ସହ ତାଙ୍କର ସମ୍ପର୍କ କ? କେବଳ ଜମି କିଣା ବିକା ନା ଆଉ କିଛି ଲିଙ୍କ୍‌ ରହିଛି ତାହାର ଖିଅ ଖୋଜୁଛି ସିବିଆଇ। ତୃତୀୟ ଦିନରେ ପ୍ରଭାତଙ୍କୁ ସିବିଆଇ ଅଧିକାରୀ ରାଜଲକ୍ଷ୍ମୀ ଜେନାଙ୍କ ସମ୍ପର୍କରେ ପଚରା ଉଚରା କରିଥିଲେ। ରାଜଲକ୍ଷ୍ମୀଙ୍କୁ ସେ କେଉଁ ଉଦ୍ଦେଶ୍ୟରେ ୯ ଳକ୍ଷ ଟଙ୍କା ଦେଇଥିଲେ ସେ ସମ୍ପର୍କରେ ସିବିଆଇ ଖୋଳତାଡ଼ କରିଛି। କଟକ ଓ ଚୌଦ୍ୱାର ଅଞ୍ଚଳରେ ସିସୋରର ବ୍ୟବସାୟ ସାମ୍ରାଜ୍ୟ ବୃଦ୍ଧି କରିବା ପାଇଁ ବିଧାୟକ କେତେ ଟଙ୍କା ନେଇଛନ୍ତି ସେନେଇ ଜେରା କରିଛି। ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳଙ୍କ ଆକାଉଣ୍ଟ ସମ୍ପର୍କରେ ମଧ୍ୟ ସିବିଆଇ ଅଧିକାରୀ ପଚାରିଛନ୍ତି।

ଏହି ଆର୍ଥିକ କାରବାର ପଛରେ ଆଉ କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ରହିଛି ସେ ସମ୍ପର୍କରେ ମଧ୍ୟ ପ୍ରଭାତଙ୍କୁ ପଚରା ଉଚରା କରୁଛନ୍ତି ତଦନ୍ତକାରୀ ଟିମ୍।

ମଙ୍ଗଳବାର ସିସୋର ଚିଟଫଣ୍ଡ ସଂସ୍ଥା ସହ ଲିଙ୍କ୍‌ ରଖିବା ଅଭିଯୋଗରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଛି। ଗିରଫ କରିବା ପରେ ବୁଧବାର ଅପରାହ୍ନରେ ତାଙ୍କୁ କୋର୍ଟରେ ହାଜର କରିବା ପରେ ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ଶୁକ୍ରବାର ରିମାଣ୍ଡକୁ ୪ ଦିନ ପୂରିଛି। ଶନିବାର ରିମାଣ୍ଡ ଶେଷ ହେଉଛି। ଏଣୁ ରିମାଣ୍ଡର ଶେଷ ଦୁଇଦିନ ପ୍ରଭାତଙ୍କୁ ସିବିଆଇ ଅଧିକାରୀ ଖୋଳିତାଡି ସିସୋର୍‌ ସମ୍ପର୍କରେ ଅଧିକ ତଥ୍ୟ ବାହାର କରୁଛନ୍ତି।

LEAVE A REPLY

Please enter your comment!
Please enter your name here