ଓଡ଼ିଶାଲାଇଭ୍ ବ୍ୟୁରୋ
ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ଅନୁଷ୍ଠିତ ହୋଇଛି ‘ହ୍ୱାଟ ଆଇ ଷ୍ଟାଣ୍ଡ ଫର୍ ମିଟିଂ।’ ପ୍ରାର୍ଥୀ ଏବଂ ସମର୍ଥକମାନେ ଶୋଭାଯାତ୍ରାରେ କ୍ୟାମ୍ପସ୍କୁ ଆସି ନିଜ ପତିଆରା ଦେଖାଇଛନ୍ତି। ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରତିଶ୍ରୁତିରେ ପୋତି ପକାଇଛନ୍ତି ପ୍ରାର୍ଥୀ। ତେବେ କେଉଁ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିଛି ତାହା ନିର୍ବାଚନ ଫଳାଫଳରୁ ଜଣାପଡିବ।

ଛାତ୍ର ଅଶାନ୍ତିକୁ ନେଇ ଭୁବନେଶ୍ୱରର ପ୍ରମୁଖ କ୍ୟାମ୍ପସ୍ ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ବିଜେବି କଲେଜରେ ନିର୍ବାଚନ ବାତିଲ୍ ହୋଇଯାଇଛି। ଏବେ ସମସ୍ତଙ୍କ ନଜର ରମାଦେବୀ ବିଶ୍ୱବିଦ୍ୟାଳୟ ଉପରେ ରହିଛି। ଏହି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ୩ ପ୍ରମୁଖ ଦଳର ଛାତ୍ର ଗୋଷ୍ଠୀ ଜୋରଦାର ଗୋଟି ଚାଳନା କରୁଛନ୍ତି।
ସମାନ ଦୃଶ୍ୟ ଭୁବନେଶ୍ୱରର କମଳାନେହେରୁ, ରାଜଧାନୀ ଏବଂ ଏକାମ୍ର କଲେଜରେ ଦେଖିବାକୁ ମିଳିଛି। ହ୍ୱାଟ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଇଁ ଆଜି ଭୁବନେଶ୍ୱରର ରାଜରାସ୍ତା ଜାମ୍ ହୋଇଯାଇଛି।