ରମାଦେବୀରେ ଛାତ୍ର ବିଜେଡିର ବାଜିମାତ୍: ସଭାନେତ୍ରୀ ହେଲେ ସୌଭାଗ୍ୟ ସୌମ୍ୟାଶ୍ରୀ September 23, 2017 FacebookTwitterPinterestWhatsApp ଓଡ଼ିଶାଲାଇଭ୍ ବ୍ୟୁରୋ ରମାଦେବୀ ବିଶ୍ୱବିଦ୍ୟାଳୟ ଓ ରାଜଧାନୀ କଲେଜକୁ କବ୍ଜା କଲା ଛାତ୍ର ବିଜେଡି। ଛାତ୍ର ବିଜେଡି ସମର୍ଥିତ ସଭାପତି ପ୍ରାର୍ଥୀ ଏହି ଦୁଇ ପ୍ରମୁଖ କ୍ୟାମ୍ପସରେ ନିର୍ବାଚିତ ହୋଇଛନ୍ତି। ରମାଦେବୀରେ ଛାତ୍ର ବିଜେଡି ସମର୍ଥିତ ପ୍ରାର୍ଥୀ ସୌଭାଗ୍ୟ ସୌମ୍ୟାଶ୍ରୀ ସାମଲ ସଭାନେତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଉପ-ସଭାନେତ୍ରୀ ଭାବେ ସିମ୍ରନ୍ ପଣ୍ଡା, ସାଧାରଣ ସମ୍ପାଦକ ଭାବେ ଦେବସ୍ମିତା ଦାସ, ଯୁଗ୍ମ-ସାଧାରଣ ସମ୍ପାଦିକା ଭାବେ ଗାର୍ଗୀ ବୈଷ୍ଣବୀ ରାଉତ, କ୍ରୀଡ଼ା ସମ୍ପାଦିକା ଭାବେ କବିତା ଭୁତିଆ ଏବଂ ଅଙ୍କିତା ମହନ୍ତ ଡ୍ରାମାଟିକ୍ ସେକ୍ରେଟାରି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ରାଜଧାନୀ କଲେଜରେ ରଜତ କୁମାର ପରିଡ଼ା ସଭାପତି ଭାବେ ବିଜୟୀ ହୋଇଛନ୍ତି। ରଜତ ମଧ୍ୟ ଛାତ୍ର ବିଜେଡି ସମର୍ଥିତ ପ୍ରାର୍ଥୀ। ସେହିପରି ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ସଭାପତି ଭାବେ ଛାତ୍ର ବିଜେଡି ସମର୍ଥିତ ପ୍ରାର୍ଥୀ ସନ୍ତୋଷ କୁମାର ବାରିକ ନିର୍ବାଚିତ ହୋଇଛନ୍ତି। ସମ୍ପାଦକ ଭାବେ ଛାତ୍ର କଂଗ୍ରେସ ସମର୍ଥିତ ପ୍ରାର୍ଥୀ ସଦାଶିବ ରାଉତ ନିର୍ବାଚିତ ହୋଇଛନ୍ତି। ଫଳାଫଳ ପ୍ରକାଶ ପାଇବା ପରେ ପ୍ରମୁଖ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। RELATED ARTICLESMORE FROM AUTHOR International ବିଜୁବାବୁଙ୍କୁ ସମ୍ମାନିତ କରିବ ରୁଷ News ବିଜେଡି ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ Baleswar ବାଲେଶ୍ଵର: ଲଙ୍ଗଳେଶ୍ୱରଠାରେ ପାଳିତ ହେଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ Baleswar ବାଲେଶ୍ଵର: ବଲାଙ୍ଗିରରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ଘଟଣା ପ୍ରତିବାଦରେ ବସ୍ତାରେ ବିଜେଡିର ଗଣଧାରଣା Interview ସେ ମୋତେ ଭଲ ଭାବେ ବୁଝନ୍ତି – ମନ୍ମଥ ରାଉତରାୟ News ବାରମ୍ବାର ବିଶୃଙ୍ଖଳା: ବିଧାନସଭାରୁ ୧୨ କଂଗ୍ରେସ ବିଧାୟକ ନିଲମ୍ବିତ News ବିଧାନସଭା ଗୃହରୁ ତାରା ବାହିନୀପତି ସସ୍ପେଣ୍ଡ Odisha ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ପାଳନକୁ ନେଇ ଘନଉଛି ରାଜନୀତି: ବିଜେପି ଉପରେ ବର୍ଷିଲା ବିଜେଡ଼ି National ଦିଲ୍ଲୀରେ ନୂଆ ସରକାର: ଜାଣନ୍ତୁ ରେଖାଙ୍କ ମନ୍ତ୍ରିମଣ୍ଡଳରେ କିଏ ହେଲେ ସାମିଲ Events ଶପଥ ନେଲେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. Δ