ଓଡ଼ିଶାଲାଇଭ୍ ବ୍ୟୁରୋ

ତଳ କୋର୍ଟରେ ଦୁଇ ଦୁଇ ଥର ଜାମିନ୍ ଖାରଜ ହେବା ପରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ମଙ୍ଗଳବାର ହାଇକୋର୍ଟ ଯାଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ପ୍ରଭାତଙ୍କ ଓକିଲ ହାଇକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି। ତେବେ ଏ ସମ୍ପର୍କରେ ହାଇକୋର୍ଟ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।
ପୂର୍ବରୁ ଭୁବନେଶ୍ୱର ସ୍ପେଶାଲ ସିଜିଏମ୍‌ ସିବିଆଇ କୋର୍ଟ ଏବଂ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ପ୍ରଭାତଙ୍କ ଜାମିନ୍‌ ଆବେଦନ ଖାରଜ ହୋଇଥିଲା।
ସିସୋର ଚିଟଫଣ୍ଡ ସଂସ୍ଥା ସହ ଲିଙ୍କ୍‌ ଅଭିଯୋଗରେ ପ୍ରଭାତ ବିଶ୍ୱାଳଙ୍କୁ ସେପ୍ଟେମ୍ବର ୧୯ରେ ସିବିଆଇ ଗିରଫ କରିଛି। କୋର୍ଟରେ ହାଜର କରିବା ପରେ ସିବିଆଇ ତାଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଥିଲା। ତେବେ ୪ର୍ଥ ଦିନ ରିମାଣ୍ଡ ବେଳେ ପ୍ରଭାତ ହଠାତ୍ ଅସୁସ୍ଥ ହୋଇଯାଇଥିଲେ। ତାଙ୍କୁ କୋର୍ଟରେ ହାଜର କରାଯାଇ ଝାରପଡ଼ା ଜେଲ୍‌ ପଠାଇ ଦିଆଯାଇଥିଲା। ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପ୍ରଭାତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
୪ ଜଣିଆ ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରୁଥିଲେ। ହେଲେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନଆସିବାରୁ ପ୍ରଭାତଙ୍କୁ ଏସ୍‌ସିବି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here