ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାର ଖୁବଶିଘ୍ର ସମ୍ପତ୍ତି ଉପରେ ଟିକସ ବସାଇଵାକୁ ଯାଉଛନ୍ତି। ଯେଉଁମାନେ ଉତ୍ତରାଧିକାରୀ ସୂତ୍ରରେ ସମ୍ପତ୍ତି ପାଇଛନ୍ତି ସେମାନଙ୍କୁ ଏବେ ଟିକସ ଦେବାକୁ ହେବ।

ଦେଶର ବଡ଼ ବଡ଼ ସମ୍ପତ୍ତି ବାଲାଙ୍କ ହୋସ୍ ଉଡାଇ ଦେବା ଭଳି ଖବର। ଚର୍ଚ୍ଚା ଜୋର ଧରିଛି ଯେ, କେନ୍ଦ୍ର ସରକାର ଖୁବଶିଘ୍ର ସମ୍ପତ୍ତି ଉପରେ ଟିକସ ବସାଇଵାକୁ ଯାଉଛନ୍ତି। ଯେଉଁମାନେ ଉତ୍ତରାଧିକାରୀ ସୂତ୍ରରେ ସମ୍ପତ୍ତି ପାଇଛନ୍ତି ସେମାନଙ୍କୁ ଏବେ ଟିକସ ଦେବାକୁ ହେବ। ଖବର ମିଳିଛି ଯେ, ସମ୍ପତ୍ତି ବା ୱେଲଥ୍ ଟ୍ୟାକ୍ସ ବସାଇବା ନେଇ ସରକାର ପ୍ରସ୍ତାବ ଓ ପ୍ରତିକ୍ରିୟା ମାଗିଛନ୍ତି। ଏ ସମ୍ପର୍କରେ ଅବଶ୍ୟ ଅଧିକ ସୂଚନା ମିଳି ନାହିଁ । କିନ୍ତୁ ଗୋଟିଏ କଥା ଜଣାପଡିଛି ଯେ, ଏହି କର ସମସ୍ତଙ୍କ ଉପରେ ଲାଗୁ ହେବ ନାହିଁ।

ଗୋଟିଏ ସୂତ୍ର କହୁଛି, ସରକାର ୫ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଆଦାୟ କରିପାରନ୍ତି। ଏ ନେଇ କିଛି ନାମକରା ଟିକସ ବିଶେଷଜ୍ଞଙ୍କ ମତ ଲୋଡ଼ା ଯାଇଛି। ଯଦି ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଗାନ୍ତି ତେବେ ଆସନ୍ତା ବଜେଟରେ ଏହା ଘୋଷଣା କରାଯିବ।

ଟିକସ କ୍ଷେତ୍ରରେ ବିଶେଷଭାବରେ ପରିଚିତ କିଛି ଅଭିଜ୍ଞ  ବ୍ୟକ୍ତିଙ୍କ କହିବା ଅନୁଯାୟୀ ଏହି ପ୍ରସ୍ତାବ ଶୁଣି ଦେଶର ବଡ଼ ବଡ଼ ସମ୍ପତ୍ତି ବାଲା(ହାଇ ନେଟୱର୍ଥ ଇନ୍ଡିଭିଜୁଆଲସ୍) ଏଥିରୁ ମୁକ୍ତି ପାଇବା ପାଇଁ ବାଟ ଖୋଜିବା ଆରମ୍ଭ କରି ସାରିଲେଣି। ଅନେକେ ନିଜ ସମ୍ପତ୍ତିକୁ ଟ୍ରଷ୍ଟ ନାଁରେ ରଖିବା ଆରମ୍ଭ କରିଛନ୍ତି।
ଏବେ ଭାରତରେ କେହି ଉତ୍ତରାଧିକାର କର ଦେଉ ନାହାନ୍ତି। ୧୯୫୩ରୁ ୧୯୮୬ ପର୍ଯ୍ୟନ୍ତ ଲୋକେ ୱେଲ୍ଥ ଟ୍ୟାକ୍ସ ଦେଉଥିଲେ।

 

LEAVE A REPLY

Please enter your comment!
Please enter your name here