ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପୁରକୁ ନେଇ ବିଜେପି-ବିଜେଡି ଗୋଟି ଚାଳନା କରିବା ପରେ କଂଗ୍ରେସ ଏବେ ପାଗ ଭିଡ଼ିଛି। ବିଳମ୍ବରେ ହେଲେ ମଧ୍ୟ କଂଗ୍ରେସ କମିଟି ଗଠନ କରିଛି ଏବଂ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମୁହଁ ଖୋଲିଛନ୍ତି।

ବିଜେପୁର ଉପ ନିର୍ବାଚନକୁ ନେଇ ଶେଷରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ନୀରବତା ଭାଙ୍ଗିଛନ୍ତି। କହିଛନ୍ତି, ବିଜେପୁରରେ କଂଗ୍ରେସ ଜିତିବ। ପିସିସି ସଭାପତିଙ୍କ ଏହି ଦୃଢ଼ୋକ୍ତି ପରେ ବିଜେପୁର କାହାର ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବିଜେପୁର ପାଇଁ ଶାସକ ବିଜେଡି ଏବଂ ବିରୋଧୀ ଆଗୁଆ ଗୋଟି ଚାଳନା କରିଛନ୍ତି। ଏପରିକି ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ବରପାଲ୍ଲିରେ ଶକ୍ତି ପ୍ରଦର୍ଶନ କରିଛି। ହେଲେ ବିଜେପୁର କଂଗ୍ରେସର ଗଡ଼ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲା। କଂଗ୍ରେସ ଶିବିର କାହିଁକି ନୀରବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।
ବିଭିନ୍ନ ଦିଗରୁ ସମାଲୋଚିତ ହେବା ପରେ ଏବଂ ବରପାଲ୍ଲି ଏନ୍‌ଏସି ଅଧ୍ୟକ୍ଷା ବିଜେଡିରେ ମିଶିବା ପରେ ପ୍ରସାଦ ମୁହଁ ଖୋଲିଛନ୍ତି। ଆଉ ଦମ୍‌ ଦେଖାଇ କହିଛନ୍ତି ଆମେ ବିଜେପୁରରେ ଜିତିବୁ।
ପ୍ରସାଦଙ୍କ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ମଧ୍ୟ ବିଜେପୁରକୁ ନେଇ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏବେ ପ୍ରସାଦଙ୍କ ଦୃଢ଼ୋକ୍ତି ପରେ ବିଜେପୁର ଗଣିତ ଜଟିଳ ହେଉଛି। ବିଧାୟକ ନବ ଦାସଙ୍କ ନେତୃତ୍ବରେ ଏକ କମିଠି ଗଠନ କରାଯାଇଛି। ଏହି କମିଟି ବିଜେପୁରକୁ ଯାଇ ସ୍ଥିତି ପରଖିବ। କାହା ସପକ୍ଷରେ ଜନମତ ରିଛି ସେ ସମ୍ପର୍କରେ ତର୍ଜମା କରିବା ପରେ ଦଳ ରଣନୀତି ପ୍ରସ୍ତୁତ କରିବ।
ବିଜେପୁର ହେଉଛି କଂଗ୍ରେସର ଗଡ଼। ୨୦୦୪ରୁ ସୁବଳ ସାହୁ କଂଗ୍ରେସ ଟିକେଟରେ ଏହି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିଲେ। ମାତ୍ର ଗତ ଅଗଷ୍ଟ ମାସରେ ସୁବଳଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି। ଏଣୁ ଏହି ଆସନକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି।

[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]

Odisha

ସାଦଙ୍କ ଦୃଢ଼ୋକ୍ତି ପରେ ବିଜେପୁର ଗଣିତ ଜଟିଳ ହେଉଛି। ବିଧାୟକ ନବ ଦାସଙ୍କ ନେତୃତ୍ବରେ ଏକ କମିଠି ଗଠନ କରାଯାଇଛି। ଏହି କମିଟି ବିଜେପୁରକୁ ଯାଇ ସ୍ଥିତି ପରଖିବ। କାହା ସପକ୍ଷରେ ଜନମତ ରିଛି ସେ ସମ୍ପର୍କରେ ତର୍ଜମା କରିବା ପରେ ଦଳ ରଣନୀତି ପ୍ରସ୍ତୁତ କରିବ।
ବିଜେପୁର ହେଉଛି କଂଗ୍ରେସର ଗଡ଼। ୨୦୦୪ରୁ ସୁବଳ ସାହୁ କଂଗ୍ରେସ ଟିକେଟରେ ଏହି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିଲେ। ମାତ୍ର ଗତ ଅଗଷ୍ଟ ମାସରେ ସୁବଳଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି। ଏଣୁ ଏହି ଆସନକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here