ଓଡ଼ିଶାଲାଇଭ୍ ବ୍ୟୁରୋ

ରେଙ୍ଗାଲି ବିସ୍ଥାପିତଙ୍କ ଟଙ୍କା ହଡ଼ପ କରିବା ସଞ୍ଜୀବ ପ୍ରଧାନଙ୍କୁ ମହଙ୍ଗା ପଡ଼ିଛି। ୨୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ସଞ୍ଜୀବ ଆଜି କ୍ରାଇମବ୍ରାଞ୍ଚର ଅର୍ଥ ନୈତିକ ଅପରାଧ ଶାଖା ହାତରେ ଧରା ପଡ଼ିଛନ୍ତି। ଆଇପିସି ଧାରା ୪୨୦, ୪୦୬, ୪୬୭, ୪୬୮, ୧୨୦-ବି ଆଦି ଦଫା ତାଙ୍କ ବିରୋଧରେ ଲାଗିଛି।
ସଞ୍ଜୀବ ପ୍ରଧାନ ୨୦୦୯ରେ ବିଜେଡି ଟିକେଟରେ ଦେବଗଡ଼ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଦଳ ବିରୋଧୀ କାର୍ଯ୍ୟକ୍ରମ ଅଭିଯୋଗରେ ସଞ୍ଜୀବଙ୍କୁ ୨୦୧୪ ନିର୍ବାଚନ ପୂର୍ବରୁ ନିଲମ୍ବନ କରାଯାଇଥିଲା। ଏହାସହ ରେଙ୍ଗାଲି ବିସ୍ଥାପିତଙ୍କ ଟଙ୍କା ହଡ଼ପ କରିବା ଅଭିଯୋଗରେ ସଞ୍ଜୀବ ବହୁ ପୂର୍ବରୁ ଜଡ଼ିତ ରହିଥିଲେ।

LEAVE A REPLY

Please enter your comment!
Please enter your name here