ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଲାଭରମ୍‌ ପ୍ରକଳ୍ପ କାମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଚିଠି ଲେଖିଛନ୍ତି।  ମାଲକାନଗିରି ଜିଲ୍ଲା ଉପରେ କି ପ୍ରଭାବ ପଡ଼ିବ ତାର ଆକଳନ କରା ନଯାଇ କାମ କରାଯାଉଛି ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି। ଏହା ଗୋଦାବରୀ ଜଳ ବଣ୍ଟନ ଟ୍ରିବ୍ୟୁନାଲକୁ ଉଲ୍ଲଂଘନ କରୁଛି ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି।
ଆନ୍ଧ୍ରପଦେଶ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ କାମ ବନ୍ଦ ନିର୍ଦ୍ଦଶେକୁ ବର୍ଷକ ପାଇଁ ସ୍ଥଗିତ ରଖିବା ଲାଗି ସର୍ତ୍ତ ଭିତ୍ତିରେ ଅନୁମତି ଦେଇଥିଲା। ଓଡ଼ିଶା ଓ ଛତିଶଗଡ଼ ସହ ବିବାଦ ସମାଧାନ ନହେବା ଯାଏଁ ଆନ୍ଧ୍ର ପ୍ରଦେଶ ଜଳଭଣ୍ଡାରକୁ ନିଜ ନିୟନ୍ତ୍ରଣରେ ନେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲା।
ଏହି ନିର୍ଦ୍ଦଶେ ୨୦୧୫ ଜୁନ୍‌ ୨୩ରୁ  ୨୦୧୬ ଜୁନ୍ ୨୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ଥିଲା। ତେବେ ମନ୍ତ୍ରଳାୟଠାରୁ ପରବର୍ତ୍ତୀ ଅନୁମତି ନିଆଯାଇ ନଥିଲେ ବି ପ୍ରକଳ୍ପ କାମକୁ ଦ୍ରୁତ ଗତିରେ କରାଯାଉଥିବା ନବୀନ ଦର୍ଶାଇଛନ୍ତି।

 

 

LEAVE A REPLY

Please enter your comment!
Please enter your name here