(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ମହାନଦୀ ଜଳ ବିବାଦ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାନଦୀ ଟିବ୍ୟୁନାଲ ଗଠନ ନିମନ୍ତେ ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିବାକୁ ମୋଦିଙ୍କ ନିକଟରେ ନବୀନ ଦାବି ଜଣାଇଛନ୍ତି। ଯଦି ଟ୍ରିବ୍ୟୁନାଲ ଗଠନରେ ବିଳମ୍ବ ହୁଏ ତାହାଲେ ଏହାର ଲାଭ ଛତିଶଗଡ ନେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଛତିଶଗଡ଼ ଏବେ ବି ଉପମୁଣ୍ଡରେ ୬ଟି ବ୍ୟାରେଜର ନିର୍ମାଣ କାମ ଜାରି ରଖିଛନ୍ତି।

ମହାନଦୀ ଜଳ ବିବାଦ ମାମଲାରେ ପୂର୍ବରୁ କେନ୍ଦ୍ର ସରକାର ହସ୍ତକ୍ଷେପ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ତତ୍କାଳୀନ ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ଉପସ୍ଥିତିରେ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା। ମାତ୍ର ମାମଲା ସମାଧାନ ନହେବାରୁ ବିବାଦ କୋର୍ଟକୁ ଯାଇଥିଲା।

 

LEAVE A REPLY

Please enter your comment!
Please enter your name here