ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାହାଳ କିମ୍ବା ସାଲେପୁର ରସଗୋଲା ନୁହେଁ, ଜଗନ୍ନାଥ ରସଗୋଲା ନାଁରେ ହେବ ଜିଆଇ ଟ୍ୟାଗ୍‌ ଆବେଦନ।

ଓଡ଼ିଶାର ରସଗୋଲା କହିଲେ ଲୋକେ ପାହାଳ କିମ୍ବା ସାଲେପୁରର ପ୍ରସିଦ୍ଧ ରସଗୋଲାକୁ ବୁଝିଥାନ୍ତି। କିନ୍ତୁ ରାଜ୍ୟ ସରକାର ଏହି ଦୁଇଟସି ଜାଗାର ନାଁ ନେଇ ଜିଆଇ ଟ୍ୟାଗ୍ ଆବେଦନ କରିବାକୁ ଚାହୁଁ ନାହାନ୍ତି। ରସଗୋଲାକୁ ଜଗନ୍ନାଥଙ୍କ ନାମରେ ନାମିତ କରି ରାଜ୍ୟ ସରକାର ଜିଆଇ ଟ୍ୟାଗ୍ ଆବେଦନ ପାଇଁ ସଜବାଜ ହେଉଛନ୍ତି।

ପଶ୍ଚିମବଙ୍ଗର ବାଂଲା ରସଗୁଲ୍ଲାକୁ ଟକ୍କର ଦେବା ପାଇଁ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି। ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପାହାଳ, କିମ୍ବା ସାଲେପୁର ରସଗୋଲାର ଐତିହାସିକ ପ୍ରମାଣ ରାଜ୍ୟ ସରକାରଙ୍କୁ ମିଳିପାରୁ ନାହିଁ। ଏଣୁ ସରକାର ଜଗନ୍ନାଥ ରସଗୋଲା ନାଁରେ ଜିଆଇ ଟ୍ୟାଗ୍ ଆବେଦନ କରିବେ।

ସଂପୃକ୍ତ ଆଇନର ଧାରା ୧୧ ଅନୁସାରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସେବାୟତ ସଂଘ ଜଗନ୍ନାଥ ରସଗୋଲାର ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିପାରନ୍ତି।

ରସଗୋଲାର ଜିଆଇ ଟ୍ୟାଗ୍‌କୁ ନେଇ ଏମଏସଏମଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶିଳ୍ପ ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବାଂଲା ରସଗୋଲାକୁ କାଉଣ୍ଟର କରିବା ପାଇଁ ଓଡ଼ିଶା ରସଗୋଲା ନାଁରେ ଜିଆଇ ଟ୍ୟାଗ୍ ଆବେଦନ କରି ହେବ ନାହିଁ। କାରଣ ଓଡ଼ିଶାରେ ଯେଉଁ ଜାଗାରେ ରସଗୋଲା ତିଆରି ହେଉଛି ତାହାର କୌଣସି ଐତିହାସିକ ପ୍ରମାଣ ବର୍ତ୍ତମାନ ନାହିଁ। ଏଣୁ ଜଗନ୍ନାଥ ରସଗୋଲା ନାଁରେ ଜିଆଇ ଟ୍ୟାଗ୍ ଆବେଦନ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି।

 

Comment