ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ବରରେ ପହଞ୍ଚିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ମଙ୍ଗଳବାର ଅପରାହ୍ନ ପ୍ରାୟ ୧ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ସେ ପହଞ୍ଚିଥିଲେ। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇ ରାଜଭବନକୁ ପାଛୋଟି ନିଆଯାଇଥିଲା। ରାଜଭବନରେ ପହଞ୍ଚିବା ପରେ ଶ୍ରୀ ମୁଖାର୍ଜୀଙ୍କୁ ରାଜ୍ୟପାଳ ଡକ୍ଟର ଏସ୍‌ ସି ଜମୀର ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ରାଜଭବନରେ ଶ୍ରୀ ମୁଖାର୍ଜୀ ବିଶ୍ରାମ ନେଉଛନ୍ତି।

ଆଜି ସନ୍ଧ୍ୟାରେ ପ୍ରଣବ ମୁଖାର୍ଜୀ କଟକ ଗସ୍ତରେ ଯିବେ। ରେଭନ୍ସା ବିଶ୍ବିଦ୍ୟାଳୟରେ ୧୫୦ତମ ପୂର୍ତ୍ତି ଉପଲକ୍ଷେ ରେଭାନ୍ସା ଉନ୍ନୟନ ଟ୍ରଷ୍ଟ ଆନୁକୂଲ୍ୟରେ ସପ୍ତମ ବକ୍ତୃତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ବକ୍ତୃତା କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରପତି ମୁଖ୍ୟ ଅତିଥି ରୂପେ ଯୋଗ ଦେବେ। ଟ୍ରଷ୍ଟ ଇତିହାସ ସମ୍ପର୍କୀତ ପୁସ୍ତକ ‘ଟ୍ରଷ୍ଟ ରିଡିମ୍ଡ’ ପୁସ୍ତକ ଉନ୍ମୋଚନ କରିବେ।ରାଷ୍ଟ୍ରପତି ପଦବରୁ ଅବସର ନେବା ପରେ ପ୍ରଣବ ମୁଖାର୍ଜୀଙ୍କର ଏହା ହେଉଛି ପ୍ରଥମ ଗସ୍ତ। ପୂର୍ବରୁ ଅନେକ ବାର ପ୍ରଣବ ମୁଖାର୍ଜୀ ଓଡ଼ିଶା ଆସିଛନ୍ତି।

Comment