ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ। ଏହି ଦୁଇ ଦିନିଆ ଗସ୍ତ ବେଳେ ହଜାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ୨୩ ତାରିଖରେ ହେବାକୁ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଶ୍ରୀ ହଜାରେ ଯୋଗଦେବା ପାଇଁ ଜଗତସିଂହପୁର ଯିବେ।

୨୨ତାରିଖ ଅପରାହ୍ନ ୧ଟାରେ ଆନ୍ନା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ତାଙ୍କୁ ସେଠାରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ସ୍ୱାଗତ ସମ୍ବର୍ଦ୍ଧନା ଦେବାର କାର୍ଯକମ ରହିଛି। ବିମାନ ବନ୍ଦରରୁ ମୋଟରସାଇକେଲ ଶୋଭାଯାତ୍ରାରେ ଆନ୍ନା ହଜାରେଙ୍କୁ ରାଜ୍ୟ ଅତିଥି ଭବନ ପର୍ଯ୍ୟନ୍ତ ଅଣାଯିବ। ସେଠାରେ ଅପରାହ୍ଣ ୪ଟାରୁ ୫ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ଗଣମାଧ୍ୟମର ସମ୍ପାଦକ, ବରିଷ୍ଠ ସାମ୍ବାଦିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ସାମାଜିକ କର୍ମୀଙ୍କ ସହ ଆଲୋଚନା କରିବେ। ସନ୍ଧ୍ୟାରେ ୟୁନିଟ-୧ସ୍ଥିତ କସ୍ତୁରବା ନାରୀ ମହଲରେ ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେବେ ଆନ୍ନା ହଜାରେ।

ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, “ଜଗତସିଂହପୁରରେ ଆୟୋଜନ ହେବାକୁ ଥିବା ‘ଜୟ କିଷାନ’ ମହାସମାବେଶରେ ଉଦ୍‌ବୋଧନ ଦେବେ ଆନ୍ନା ହଜାରେ।   ସେଠାରେ ସେ  ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନସନ୍‌ ଦାବିକୁ ନେଇ ମନ୍ତବ୍ୟ ରଖିବେ।”

Comment