ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଡିସେମ୍ବର ୨୩ରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
  • ୧୧ ଦିନ ଧରି ବରଗଡ଼ରେ ଚାଲିବ କଂସ ରାଜୁତି
  • ୨୩ କଂସ ଆଶାୟୀ ଦେଇଥିଲେ ଅଡିସନ୍
  • ବାଜି ମାରିନେଲେ ଭୁବନେଶ୍ୱର

ବଦଳିଲେ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ। ଭୁବନେଶ୍ୱର ପ୍ରଧାନ ହେଲେ ନୂଆ କଂସ। ମଙ୍ଗଳବାର ବସିଥିବା ଚୟନ କମିଟି ବୈଠକ ପରେ ଏହି ଘୋଷଣା ହୋଇଛି। ଡିସେମ୍ବର ୨୩ରୁ ୧୧ ଦିନ ଧରି ବରଗଡ଼ରେ ନୂଆ କଂସ ଭୁବନେଶ୍ୱରଙ୍କ ରାଜୁତି ଚାଲିବ।

୮ ବର୍ଷ ଧରି କଂସ ଭୂମିକରେ ଅଭିନୟ କରି ଆସୁଥିଲେ ହୃଷିକେଶ ଭୋଇ। ହେଲେ ନିକଟରେ ହୃଷିକେଶ ଅନ୍ୟ ଏଖ ଢ଼ଞ୍ଚରେ କଂସ ଭୂମିକାରେ ଅଭିନୟ କରି ବିବାଦୀୟ ହୋଇପଡ଼ିଛନ୍ତି। ଫଳରେ ତାଙ୍କ ସ୍ଥାନରେ ଜଣେ ନୂଆ ମୁହଁଙ୍କୁ କଂସ ଭୂମିକାରେ ଅବତୀର୍ଣ୍ଣ କରାଇବାକୁ କମିଟି ଚାହୁଁଥିଲା। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

କଂସ ଭୂମିକାରେ ଅଭିନ଼ୟ କରିବା ପାଇଁ ୩୦ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୨୩ ଜଣ ଦେଇଥିଲେ ସାକ୍ଷାତକାର। ଖାଲି ସେତିକି ନୁହେଁ, ବରଗଡ଼ ସଚେତନ ନାଗରିକମାନେ ଏକ ଭୋଟିଂ ଅଭିଯାନ ଆରମ୍ଭ କରିଥିଲେ। କିଏ ହେବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର କଂସ ସେନେଇ ଜନସାଧାରଣ ଭୋଟ ଦେଇଥିଲେ। କଂସ ରେସ୍‌ରେ ୨୨ ବର୍ଷ ଧରି ଅଭିନୟ କରିଥିବା ଗୋପାଳ ଭୋଇ ମଧ୍ୟ ସାମିଲ୍ ହୋଇଥିଲେ।

ଏସବୁ ପରେ ଆଜି ଅଡିସନ୍ ଚାଲିଥିଲା। ଧନୁଯାତ୍ରା କମିଟି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଆଶାୟୀମାନେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ଆଉ ଭୁବନେଶ୍ବର ପ୍ରଧାନଙ୍କ ଅଭିନୟ ସମସ୍ତଙ୍କୁ ମନକୁ ଛୁଇଁଥିଲା। ଅଡିସନରେ କଂସ ଆଶାୟୀମାନଙ୍କର ଅଭିନୟ, ଶରୀର ଗଠନ ଏବଂ ପୁରାଣା ଶାସ୍ତ୍ର ଜ୍ଞାନକୁ ତର୍ଜମା କରାଯାଇଥିଲା।

Comment