ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟୀ ରାଜଗୁରୁ ଫାଉଣ୍ଡେସନ୍ ତରଫରୁ ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବ ଅଫ୍ ଇଣ୍ଡିଆଠାରେ ୨୧୧ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି। ଏହି ଶ୍ରାଦ୍ଧବାର୍ଷିକୀରେ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୟୀ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି, “ଜୟୀ ରାଜଗୁରୁ ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ କରିଥିଲେ। ପାଇକ ବିଦ୍ରୋହ ଆରମ୍ଭ କରି ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଏହି ମହାପୁରୁଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ନିମନ୍ତେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ସହିଦ ଜୟୀ ରାଜଗୁରୁ ଫାଉଣ୍ଡେସନକୁ ଅଭିନନ୍ଦନ ଜଣାଉଛି।”

ଏହି ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ବୀର ପାଇକ ଯୋଦ୍ଧାମାନଙ୍କର ଗୁଣଗାନ୍ କରିଥିଲେ। ଜୟୀ ରାଜଗୁରୁ ସ୍ବାଧୀନତା ସଂଗ୍ରାମର ପ୍ରଥମ ଯୁଦ୍ଧ ଆରମ୍ଭ କରି ବ୍ରିଟିଶ ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଇଥିଲେ ବୋଲି କହିଥିଲେ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ , ପୂର୍ବତନ ମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଐତିହାସିକ ଡକ୍ଟର ବିଜୟଚନ୍ଦ୍ର ରଥଙ୍କ ପୁସ୍ତକ ‘ଜୟୀ ରାଜଗୁରୁଏବଂ ଆଂଟିକଲୋନିଆଲ ରେଜିଷ୍ଟାନ୍ସ ଇନ ଖୋର୍ଦ୍ଧାକୁ ଉପରାଷ୍ଟ୍ରପତି ଉନ୍ମୋଚନ କରିଥିଲେ। ଏହି ଅବସରରେ ଏକ ସ୍ମାରକୀ ମଧ୍ୟ ଜାରିହୋଇଥିଲା। ଏହାପରେ‘ଓଡ଼ିଆ ପାଇକ’ ନୃତ୍ୟନାଟିକା ପରିବେଷଣ କରାଯାଇଥିଲା।

Comment