ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ରାଜନୀତିରେ ଯେଉଁ କେତେଜଣ ମହିଳା ଆଗଧାଡ଼ିରେ ଅଛନ୍ତି ସେମାନଙ୍କ ମଧ୍ୟରେ ସୋନିଆ ଗାନ୍ଧି ହେଉଛନ୍ତି ଅନ୍ୟତମ। ପ୍ରଧାନମନ୍ତ୍ରୀ ହୋଇ ନଥିଲେ ମଧ୍ୟ ସୋନିଆ କ୍ଷମତାକୁ ଅତି ନିକଟରୁ ଉପଭୋଗ କରିଛନ୍ତି। ଭାରତର ସବୁଠୁ ପୁରୁଣା ରାଜନୈତିକ ଦଳ କଂଗ୍ରେସର ସର୍ବାଧିକ ସମୟ ପର୍ଯ୍ୟନ୍ତ ଅଧ୍ୟକ୍ଷା ରହିଛନ୍ତି ସୋନିଆ।

୭୧ ବର୍ଷରେ ପଦାର୍ପଣ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ସର୍ବାଧିକ ସମୟ ପର୍ଯ୍ୟନ୍ତ ଅଧ୍ୟକ୍ଷା ରହିଥିବା ସୋନିଆଙ୍କୁ ଆଜି ଜନ୍ମଦିନରେ ବହୁ ନେତା ଶୁଭେଚ୍ଛା ଜଣାଇଛନ୍ତି। ନୂଆଦିଲ୍ଲୀର ୧୦ ଜନପଥ ରୋଡସ୍ଥିତ ବାସଭବନରେ ପହଞ୍ଚି ସୋନିଆଙ୍କ ଶୁଭ ମନାସିଛନ୍ତି।

ସୋନିଆ ଗାନ୍ଧି ହେଉଛନ୍ତି ଭାରତୀୟ ରାଜନୀତିର ଜଣେ ଆଗଧାଡ଼ିର ନେତ୍ରୀ। ଯଦିଓ ସେ ପ୍ରଧାନମନ୍ତ୍ରୀ ହୋଇ ନାହାନ୍ତି, ତଥାପି ରାଜନୀତିରେ ତାଙ୍କର ବେଶ୍ ଦବଦବା ରହିଛି। ଏଥିପାଇଁ ୨୦୧୩ରେ ଫୋର୍ବସ ପତ୍ରିକା ସୋନିଆଙ୍କୁ ବିଶ୍ୱର ପାୱାରଫୁଲ୍ ଲେଡି ତାଲିକାର ତୃତୀୟ ସ୍ଥାନରେ ରଖିଥିଲା।

କଂଗ୍ରେସର ଅଧ୍ୟକ୍ଷ ଆସନରେ ବସିବା ପରେ ଘଡ଼ି ସନ୍ଧି ମୂହୂର୍ତ୍ତ ଦେଇ ଗତି କରିଛନ୍ତି ସୋନିଆ। ଏବେ ଆସନ୍ତୁ ନଜର ପକାଇବା ସୋନିଆଙ୍କ ରାଜନୀତି ଜୟାଯାତ୍ରାର କାହାଣୀ ବିଷୟରେ।

୧. ୧୯୪୬ ଡିସେମ୍ବର ୯ରେ ଇଟାଲିର ଟୟରିନ୍‌ରେ ଜନ୍ମ ଗ୍ରହଣ କରିଥିଲେ ସୋନିଆ ଗାନ୍ଧି।

୨. ୧୮ ବର୍ଷ ବୟସରେ ୧୯୬୫ରେ ରାଜୀବ ଗାନ୍ଧିଙ୍କ ସହ ସୋନିଆଙ୍କର ସାକ୍ଷାତ ହୋଇଥିଲା।

୩. ୧୯୬୮ରେ ରାଜୀବ-ସୋନିଆଙ୍କ ବିବାହ ହୋଇଥିଲା।

୪. ସୋନିଆ ଗାନ୍ଧି ୧୯୯୭ରେ କଂଗ୍ରେସ ଦଳ ସହ ଯୋଡ଼ି ହୋଇଥିଲେ।

୫. ୧୯୯୮ରେ ସୋନିଆ ଗାନ୍ଧି ହୋଇଥିଲେ କଂଗ୍ରେସର ଅଧ୍ୟକ୍ଷା।

୬. ୧୯୯୯ରେ ସୋନିଆ ଭାରତର ପ୍ରଧାନମନ୍ତ୍ରୀ ହେବାକୁ ଚାହିଁଥିଲେ। ହେଲେ ସେ ବିଦେଶିନୀ ହୋଇଥିବାରୁ ତାଙ୍କୁ ବିରୋଧ କରିଥିଲେ କଂଗ୍ରେସର ବହୁ ବରିଷ୍ଠ ନେତା ଏବଂ ବିରୋଧୀ।

୭. ୧୯୯୯ରେ ସୋନିଆ ଉତ୍ତରପ୍ରଦେଶର ଆମେଥି ଏବଂ କର୍ଣ୍ଣାଟକର ବେଲାରୀ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ସେ ଆମେଥିରୁ ପ୍ରତିନିଧିତ୍ୱ କରିବାକୁ ଚାହିଁଲେ। ସୋନିଆ ସେତେବେଳେ ବେଲାରୀ ଆସନରେ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କୁ ପରାଜିତ କରିଥିଲେ।

୮. ୧୯୯୯ରେ ସେ ବିରୋଧୀ ଦଳ ନେତ୍ରୀ ଭାବେ ଲୋକସଭାରେ ଦାୟିତ୍ୱ ତୁଲାଇ ଥିଲେ।

୯. ୨୦୦୪ ଏବଂ ୨୦୦୯ ନିର୍ବାଚନରେ ସୋନିଆ ଗାନ୍ଧିଙ୍କ ପ୍ରଚାରରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର କ୍ଷମତାକୁ ଆସିଥିଲା।

୧୦. ମହାତ୍ମା ଗାନ୍ଧିଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ୨୦୦୭ ଅକ୍ଟୋବର ୨ରେ ସୋନିଆ ଜାତିସଂଘରେ ଉଦବୋଧନ ଦେଇଥିଲେ।

Comment