ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ଗୁଜୁରାଟ ବିଧାନସଭା ଭୋଟ୍। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବହୁ ବଡ଼ ବଡ଼ ନେତା ବୁଥ୍କୁ ଯାଇ ଭୋଟ୍ ଦେଇଛନ୍ତି। ଜାଣନ୍ତୁ କେଉଁ ନେତା କେଉଁଠି ଭୋଟ ଦେଇଛନ୍ତି।
-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାବରମତିର ୧୧୫ ନମ୍ବର ବୁଥ୍ରେ ଭୋଟ ଦେଇଛନ୍ତି।
-ଗୁଜୁରାଟ ଉପ-ମୁଖ୍ୟମନ୍ତ୍ରୀ ନିତୀନ ପଟେଲ କଡ଼ିରେ ଭୋଟ ଦେଇଛନ୍ତି।
-ପଟିଦାର ନେତା ହାର୍ଦ୍ଦିକ ପଟେଲ ବିରମଗମ୍ରେ ଭୋଟ ଦେଇଛନ୍ତି। ହାର୍ଦ୍ଦିକ ଚଳିତ ନିର୍ବାଚନରେ ବିଜେପି ବିରୋଧରେ ପ୍ରଚାର କରୁଥିଲେ।
-କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅହମ୍ମଦାବାଦରେ ଭୋଟ ଦେଇଛନ୍ତି। ସାଧାରଣ ଲୋକଙ୍କ ପରି ସେ ଭୋଟ ଦେବା ପାଇଁ ଲାଇନ୍ରେ ଛିଡା ହୋଇଥିଲେ।
-ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଅହମ୍ମଦାବାଦର ନରନପୁରାରେ ଭୋଟ ଦେଇଛନ୍ତି।
-ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂ ବାଘେଲା ଗାନ୍ଧି ନଗରର ବସନ ଗାଁରେ ଭୋଟ ଦେଇଛନ୍ତି।
-କ୍ରିକେଟର ୟୁସୁଫ ପଠାନ୍ ବଡୋଦରାରେ ଭୋଟ୍ ଦେଇଛନ୍ତି। ଭୋଟ ଦେଇ ସାରିବା ପରେ ଫ୍ୟାନ୍ମାନେ ତାଙ୍କୁ ଘେରି ଯାଇଥିଲେ।
-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍ ଗାନ୍ଧି ନଗରରେ ଭୋଟ ଦେଇଛନ୍ତି।








ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ଗୁଜୁରାଟ ବିଧାନସଭା ଭୋଟ୍। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବହୁ ବଡ଼ ବଡ଼ ନେତା ବୁଥ୍କୁ ଯାଇ ଭୋଟ୍ ଦେଇଛନ୍ତି। ଜାଣନ୍ତୁ କେଉଁ ନେତା କେଉଁଠି ଭୋଟ ଦେଇଛନ୍ତି।








