ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ଗୁଜୁରାଟ ବିଧାନସଭା ଭୋଟ୍‌। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବହୁ ବଡ଼ ବଡ଼ ନେତା ବୁଥ୍‌କୁ ଯାଇ ଭୋଟ୍‌ ଦେଇଛନ୍ତି। ଜାଣନ୍ତୁ କେଉଁ ନେତା କେଉଁଠି ଭୋଟ ଦେଇଛନ୍ତି।

-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାବରମତିର ୧୧୫ ନମ୍ବର ବୁଥ୍‌ରେ ଭୋଟ ଦେଇଛନ୍ତି।

-ଗୁଜୁରାଟ ଉପ-ମୁଖ୍ୟମନ୍ତ୍ରୀ ନିତୀନ ପଟେଲ କଡ଼ିରେ ଭୋଟ ଦେଇଛନ୍ତି।

-ପଟିଦାର ନେତା ହାର୍ଦ୍ଦିକ ପଟେଲ ବିରମଗମ୍‌ରେ ଭୋଟ ଦେଇଛନ୍ତି। ହାର୍ଦ୍ଦିକ ଚଳିତ ନିର୍ବାଚନରେ ବିଜେପି ବିରୋଧରେ ପ୍ରଚାର କରୁଥିଲେ।

-କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅହମ୍ମଦାବାଦରେ ଭୋଟ ଦେଇଛନ୍ତି। ସାଧାରଣ ଲୋକଙ୍କ ପରି ସେ ଭୋଟ ଦେବା ପାଇଁ ଲାଇନ୍‌ରେ ଛିଡା ହୋଇଥିଲେ।

-ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଅହମ୍ମଦାବାଦର ନରନପୁରାରେ ଭୋଟ ଦେଇଛନ୍ତି।

-ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂ ବାଘେଲା ଗାନ୍ଧି ନଗରର ବସନ ଗାଁରେ ଭୋଟ ଦେଇଛନ୍ତି।

-କ୍ରିକେଟର ୟୁସୁଫ ପଠାନ୍‌ ବଡୋଦରାରେ ଭୋଟ୍ ଦେଇଛନ୍ତି। ଭୋଟ ଦେଇ ସାରିବା ପରେ ଫ୍ୟାନ୍‌ମାନେ ତାଙ୍କୁ ଘେରି ଯାଇଥିଲେ।

-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍ ଗାନ୍ଧି ନଗରରେ ଭୋଟ ଦେଇଛନ୍ତି।

Comment