ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହାଘର ବେଳେ ସଂସ୍କୃତ ଭାଷାରେ ମନ୍ତ୍ର ଉଚ୍ଚାରଣ କରାଯାଇଥାଏ। କିନ୍ତୁ ଏହି ସେଲିବ୍ରିଟିଙ୍କ ବାହାଘରରେ ନିଆରା ଢଙ୍ଗରେ ମନ୍ତ୍ରପାଠ କରାଯାଇଥିଲା। ସଂସ୍କୃତ ଶ୍ଲୋକକୁ ହିନ୍ଦୀ ଭାଷାରେ ଅନୁବାଦ କରାଯାଇଥିଲା।

ସେଲିବ୍ରିଟି ବିରାଟ-ଅନୁଷ୍କାଙ୍କ ସିକ୍ରେଟ ବାହାଘରର କିଛି ରୋଚକ ତଥ୍ୟ ଧିରେ ଧିରେ ବାହାରକୁ ଆସୁଛି। ଏହି ବାହାଘରରେ ମନ୍ତ୍ରପାଠ ହିନ୍ଦୀ ଭାଷାରେ ହୋଇଥିବା ଜଣାପଡ଼ିଛି। ବିରାଟ-ଅନୁଷ୍କାଙ୍କ ବାହାଘର କରିଥିବା ପଣ୍ଡିତ ପବନ କୌଶଲ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମଙ୍ଗନଠାରୁ ଝିଅ ବିଦା ହେବା ପର୍ଯ୍ୟନ୍ତ ବିରାଟ-ଅନୁଷ୍କା ଖୁବ୍ ଉତ୍ସାହିତ ଥିବା ପଣ୍ଡିତ କହିଛନ୍ତି।

ପବନ କୌଶଲ କହିଛନ୍ତି, “ବାହାଘର ବେଳେ ସଂସ୍କୃତ ଭାଷାରେ ମନ୍ତ୍ର ଉଚ୍ଚାରଣ କରାଯାଇଥାଏ। କିନ୍ତୁ ଏହି ସେଲିବ୍ରିଟି ବାହାଘରରେ ନିଆରା ଢଙ୍ଗରେ ମନ୍ତ୍ରପାଠ କରାଯାଇଥିଲା। ସଂସ୍କୃତ ଶ୍ଲୋକକୁ ହିନ୍ଦୀ ଭାଷାରେ ଅନୁବାଦ କରାଯାଇଥିଲା। ଏହାକୁ ବିରାଟ-ଅନୁଷ୍କା ଧୈର୍ଯ୍ୟର ସହ ଶୁଣିଥିଲେ।”

ବାହାଘର ଚାଲିଥିବା ବେଳେ ୭ଟି ବଚନ କଥା ଆସିଥିଲା। ଏତିକି ବେଳେ ବିରାଟ ଅନ୍ୟମନସ୍କ ଥିଲେ। ଅନ୍ୟମନସ୍କରେ ସେ ସବୁ ବଚନରେ ମାଇକରେ ଜୋରରେ ହଁ କହିଥିଲେ।

ସେଲିବ୍ରିଟିଙ୍କ ବାହାଘରେ କେତେ ଦକ୍ଷିଣା ମିଳିବା ପ୍ରଶ୍ନର ଉତ୍ତର ଦେଇ ପଣ୍ଡିତ କୌଶଲ କହିଛନ୍ତି ଯେ, ଏହି ବାହାଘରରେ ଯେତିକି ସମ୍ମାନ ମିଳିଛି ତାହା କୋଟି କୋଟି ଟଙ୍କାଠାରୁ ବି ମୂଲ୍ୟବାନ।

ପଣ୍ଡିତ ପବନ କୌଶଲ ହେଉଛନ୍ତି ପଞ୍ଜାବର ମୂଳ ବାସିନ୍ଦା। ସେ ଏବେ ଇଟାଲିରେ ରହୁଛନ୍ତି। ଇଟାଲିରେ ରହୁଥିାବରୁ ସେ ସଂସ୍କୃତ, ହିନ୍ଦୀ ଏବଂ ଇଟାଲିଆନ୍‌ ଭାଷା ଭଲଭାବେ ଜାଣିଛନ୍ତି। ପ୍ରଥମେ ସେ ଇଟାଲିର ଏକ ମନ୍ଦିରରେ ପୂଜାର୍ଚ୍ଚନା କରୁଥିଲେ। ଗତ ୬ ମାସ ତଳେ ସେ ଇଟାଲିର ଜିଆଁକୋମୋରେ ଶନି ମନ୍ଦିର ନିର୍ମାଣ କରିଛନ୍ତି। ଏଠାରେ ସେ ପୂଜାର୍ଚ୍ଚନା କରୁଛନ୍ତି।

Comment