ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଦ୍ୱିତୀୟ ରିସେପସନ୍‌ ମୁମ୍ବାଇର ହୋଟେଲ ରେଗିସ୍‌ରେ ଶେଷ ହୋଇଛି। ଏହି ହାଇପ୍ରୋଫାଇଲ ରିସେପସନ୍‌ରେ କ୍ରିକେଟ ଏବଂ ବଲିଉଡ ତାରକା ସାମିଲ ହୋଇଥିଲେ।

ଏହି ରିସେପସନ୍‌ରେ ଅମିତାଭ ବଚ୍ଚନ, ରେଖା, ଶହାରୁଖ ଖାନ୍, ସଚ୍ଚିନ୍ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନୀଙ୍କ ସମେତ ବହୁ ସେଲିବ୍ରିଟି ଆସିଥିଲେ। ଏହି ରିସେପସନ୍‌ରେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରା ଅଲ୍ଲୀ, ଧୋନୀଙ୍କ ଝିଅ ଜିବା, ସଚ୍ଚିନ୍‌ଙ୍କ ଝିଅ ସାରାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

ଏହାସହ ନୀତା ଅମ୍ବାନୀ ବି ବିରାଟ-ଅନୁଷ୍କାଙ୍କ ରିସେପସନ୍‌ ପାର୍ଟିରେ ପହଞ୍ଚିଥିଲେ।

୨୧ ତାରିଖରେ ଦିଲ୍ଲୀରେ ହୋଇଥିବା ରିସେପସନ୍‌ ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ସାମିଲ୍‌ ହୋଇଥିଲେ।

Comment