ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁମ୍ବାଇରେ ହୋଇଥିବା ଗ୍ରାଣ୍ଡ ରିସେପ୍‌ସନ୍‌ ପାର୍ଟିରେ ବିରାଟଙ୍କ ସାଥୀ ଖେଳାଳିମାନେ ସାମିଲ ହୋଇ ବିରାଟ-ଅନୁଷ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହେଲେ ମୁମ୍ବାଇ ରିସେପସନ୍ ପାର୍ଟି ପରେ ଯୁବରାଜ ସିଂ ଅନୁଷ୍କାଙ୍କ ନୂଆ ନାଁ ଦେଇଛନ୍ତି ‘ରୋଜି ଭାବି’।

ଟିମ୍‌ ଇଣ୍ଡିଆର ଭାଉଜ ହୋଇ ଯାଇଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ଟିମ୍‌ ଇଣ୍ଡିଆର କ୍ୟାପ୍‌ଟେନ୍ ବିରାଟ କୋହଲିଙ୍କୁ ଅନୁଷ୍କା ବାହା ହେବା ପରେ ବିରାଟଙ୍କ ସାଥୀ ଖେଳାଳଳିମାନେ ଅନୁଷ୍କାଙ୍କୁ ଭାଉଜ ଡାକୁଛନ୍ତି। ହେଲେ କ୍ରିକେଟର ଯୁବରାଜ ସିଂ ଅନୁଷ୍କାଙ୍କ ନୂଆ ନାଁ ଦେଇଛନ୍ତି। ଯୁବି ଅନୁଷ୍କାଙ୍କୁ ‘ରୋଜି ଭାବି’ ଭାବେ ସମ୍ବୋଧନ କରି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି।

ମୁମ୍ବାଇର ହୋଟେଲ ରେଗିସ୍‌ଠାରେ ବିରାଟ-ଅନୁଷ୍କାଙ୍କ ଦ୍ୱିତୀୟ ରିସେପସନ୍‌ ଶେଷ ହୋଇଛି। ଏହି ଗ୍ରାଣ୍ଡ ପାର୍ଟିରେ ବଲିଉଡ ଏବଂ କ୍ରିକେଟ ଷ୍ଟାର ସାମିଲ୍ ହୋଇଥିଲେ। ଟିମ୍‌ ଇଣ୍ଡିଆର ଖେଳାଳିମାନେ ମଧ୍ୟ ବାହାଘର ଭୋଜିକୁ ଆସି ବିରାଟ-ଅନୁଷ୍କାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ହେଲେ ଯୁବରାଜ ମନଭରି ରିସେପସନ୍ ପାର୍ଟିକୁ ଉପଭୋଗ କରିଥିଲେ।

ବିରାଟ-ଅନୁଷ୍କାଙ୍କ ସହ ବିଭିନ୍ନ ପୋଜ୍‌ରେ ଫଟୋ ଉଠାଇ ଯୁବରାଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।  ଏହି ପୋଷ୍ଟରେ ସେ ଚିକୁ ଏବଂ ରୋଜି ଭାବିଙ୍କୁ ଶୁଭେଚ୍ଛା ଲେଖିଛନ୍ତି। ବିରାଟଙ୍କୁ ଯୁବରାଜ ଚିକୁ ଡାକୁଥିବା ବେଳେ ଅନୁଷ୍କାଙ୍କ ନୂଆ ନାଁ ରୋଜି ଦେଇଛନ୍ତି।

ବିରାଟ-ଅନୁଷ୍କା ଡିସେମ୍ବର ୧୧ରେ ଇଟାଲିରେ ସିକ୍ରେଟ ବିବାହ କରିଥିଲେ। ଏହାପରେ ସେମାନେ ହନିମୁନ୍‌ରେ ରୋମ୍ ଯାଇଥିଲେ। ଭାରତ ଫେରିବା ପରେ ଡିସେମ୍ବର ୨୧ରେ ସେମାନେ ଦିଲ୍ଲୀରେ ପ୍ରଥମ ରିସେପସନ୍ ଆୟୋଜନ କରିଥିବା ବେଳେ ୨୬ ତାରିଖରେ ମୁମ୍ବାଇରେ ଦ୍ୱିତୀୟ ରିସେପସନ୍‌ ଆୟୋଜନ କରିଥିଲେ।

Comment