ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ଦେଶ ଓଡ଼ିଶା ପାଇକ ବିଦ୍ରେହର ୨୦୦ବର୍ଷ ପୂର୍ତ୍ତୀ ଉତ୍ସବ ପାଳନ କରୁଛି। କିନ୍ତୁ ପାଇକ ବିଦ୍ରୋହର ମହାରଥି, ପ୍ରଚଣ୍ଡ ସ୍ୱାଭିମାନୀ, ପରମ ଦେଶଭକ୍ତ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ଘୋଡ଼ାଚଢା ପ୍ରତିମୂର୍ତ୍ତି ପାର୍ଲାମେଣ୍ଟରେ ସ୍ଥାପନ ହୋଇନଥିବାରୁ ବିଜେଡି ଅସନ୍ତୋଷ ପ୍ରକାଶ କରିଛି।
ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଏକ ଚିଠିଲେଖି ବକ୍ସି ଜଗବନ୍ଧୁଙ୍କ ଅଶ୍ୱାରୋହଣ ପ୍ରତିମୂର୍ତ୍ତି ପାର୍ଲାମେଣ୍ଟ ପରିସରରେ ସ୍ଥାପନ ପାଇଁ ଦାବି କରିଛନ୍ତି।
ମହାରାଜା ରଣଜିତ୍ ସିଂହ, ଛତ୍ରପତି ଶିବାଜି, ମହାରାଣା ପ୍ରତାପ, ମହାତ୍ମା ବାସବେଶ୍ୱର, ସହିଦ ଦୁର୍ଗା ମଲ୍ଲଙ୍କ ସହ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ପାର୍ଲାମେଣ୍ଟ ପରିସରରେ ସ୍ଥାପନ ପାଇଁ ଶ୍ରୀ ମହାତାବ ଦାବି କରିଛନ୍ତି।
ଲୋକସଭା ବାଚସ୍ପତିଙ୍କୁ ଶ୍ରୀ ମହତାବ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପାର୍ଲାମେଣ୍ଟ ପରିସରେ ବକ୍ସି ଜଗବନ୍ଧୁଙ୍କ ଅଶ୍ୱାରୋହଣ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଓଡ଼ିଶା ସରକାର ବାରମ୍ବାର ଦାବି କରିଆସୁଛନ୍ତି। ୨୦୦୩ ମସିହାରେ ବକ୍ସିଙ୍କ ପ୍ରତିମୂର୍ତ୍ତି ମଧ୍ୟ କେନ୍ଦ୍ର ସରକାରଙ୍କୁ ଓଡ଼ିଶା ସରକାର ଯୋଗାଇ ଦେଇଥିଲେ। ଏହା ସତ୍ତ୍ୱେ ପାର୍ଲାମେଣ୍ଟ ପରିସରରେ ଏହି ପ୍ରତିମୂର୍ତ୍ତି ସ୍ଥାପନ ହୋଇନଥିବାରୁ ଶ୍ରୀ ମହତାବ କ୍ଷେଭ ପ୍ରକାଶ କରିଛନ୍ତି।















Good news