ଓଡ଼ିଶାଲାଇଭ୍ ବ୍ୟୁରୋ

ତିନି ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗ ଦେଇଛନ୍ତି। ଓଡ଼ିଶାର ସ୍ଵାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକୁ ସଂସଦରେ ଉପସ୍ଥାପନ କରିବା ପାଇଁ ବିଜେଡି ସାଂସଦମାନଙ୍କୁ ବୈଠକରେ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ରମନ୍ତ୍ରୀ ଏବଂ ବିଭିନ୍ନ ଦଳର ସାଂସଦମାନଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି।

ପାର୍ଲାମେଣ୍ଟ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡିର ଅନ୍ୟ ସାଂସଦମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ବିଜେଡି ସାଂସଦମାନଙ୍କ ସହିତ ବିଭିନ୍ନ ପ୍ରସଂଗରେ ଆଲୋଚନା କରିବା ସହ ଫଟୋ ଉଠାଇଥିଲେ। ଏକ ଫଟୋରେ ଗଞ୍ଜାମ ସାଂସଦ ପ୍ରମିଳା ବିଶୋଇ ମୁଖ୍ୟମନ୍ତ୍ରୀଙ୍କୁ ସେହ୍ନ କରୁଥିବା ଦେଖିବାକୁ ମିଳିଛି। ଏହା ସହିତ ସେଠାରେ ଉପସ୍ଥିତ ସାଂସଦମାନେ ଉତ୍ସହିତ ଥିବା ଦେଖିବାକୁ ମିଳିଛି। ଦିଲ୍ଲୀଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ସାକ୍ଷାତ କରିଥିବା ଜଣାପଡ଼ିଛି। ଆଗକୁ ରାଜ୍ୟସଭା ନିର୍ବାଚନ ଏବଂ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଥିବା ଚର୍ଚ୍ଚା ହେଉଛି।

Tags: #CMNaveenPatnaik #Delhi #Parliament #BJDMP

Comment