ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ଦ୍ୱିତୀୟ ଥର ପାଇଁ ରୋଡ ସୋ’ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପଳାଶପଲ୍ଲୀଠାରୁ ଏକାମ୍ର ଛକ ପର୍ଯ୍ୟନ୍ତ ରୋଡ ସୋ’ କରୁଛନ୍ତି। ଏହି ରୋଡ ସୋ’ ପଳାଶପଲ୍ଲୀଠାରୁ ଆରମ୍ଭ ହୋଇ ବିଡିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ପ୍ରମେୟ ଛକ, ଶିରିପୁର ଛକ, ଗଙ୍ଗନଗର ଛକ, ରାଜେନ୍ଦ୍ର ବିବହାର ହୋଇ ଏକାମ୍ର ଛକ ପର୍ଯ୍ୟନ୍ତ କରାଯିବ।

ନବୀନ ପଟ୍ଟନାୟକଙ୍କ ରୋଡ ସୋ’ ଦେଖିବାକୁ ହଜାର ହଜାର ଦଳୀୟ ନେତା, କର୍ମୀ, ସମର୍ଥକ ଏବଂ ଜନସାଧାରଣ ଭିଡ଼ ଜମାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି।

ଆସନ୍ତା ଜୁଲାଇ ମାସରୁ ୧୦୦ ୟୁନିଟ ମାଗଣା ବିଜୁଳି ଦିଆଯିବ। ଏହାଦ୍ଵାରା ୯୦ ପ୍ରତିଶତ ପରିବାର ଉପକୃତ ହେବେ। ସମସ୍ତଙ୍କୁ ବିଏସକେଓ୍ଵାଇ କାର୍ଡ ଓ ମିଶନଶକ୍ତି ମା’ଙ୍କୁ ୬୦ ବର୍ଷ ପରେ ପେନସନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ ସୁରକ୍ଷା ଦାୟିତ୍ଵରେ ରହିଛନ୍ତି। ରୋଡ ସୋ’ ହେବାକୁ ଥିବା ରାସ୍ତାର ପ୍ରତ୍ୟେକ ଛକରେ ପୋଲିସ ନିୟୋଜିତ ହୋଇଛନ୍ତି।

ଅନ୍ୟ ପକ୍ଷରେ ପୁରୀରେ ରୋଡ ସୋ’ କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏହି ରୋଡ ସୋ’ରେ ସେ ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି।

Tags: #Politics #OdishaPolitics #CMNaveenPatnaik #RoadShow #Bhubaneswar #OdishaAssemblyElections2024 #Odisha #BJD

LEAVE A REPLY

Please enter your comment!
Please enter your name here