ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଭବନ ଉଦ୍ୟାନ  ସର୍ବସାଧାରଣ ଓ ଛାତ୍ରଛାତ୍ରୀଙ୍କ ପାଇଁ ସୋମବାରଠାରୁ ଖୋଲିଛି। ଉଦ୍ୟାନର ସୌନ୍ଦର୍ଯ୍ୟକୁ ପ୍ରଥମ ଦିନରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଉପଭୋଗ କରିଛନ୍ତି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ଉଦ୍ୟାନ ଖୋଲା ରହିବ।

ଛୁଟିଦିନ ଓ ରବିବାର ମଧ୍ୟ ଏହି ଉଦ୍ୟାନ ଖୋଲା ରହିବ। ପ୍ରତିଦିନ ଅପରାହ୍ନ ୨ଟାରୁ ୪.୩୦ ପର୍ଯ୍ୟନ୍ତ ସମସ୍ତେ ଉଦ୍ୟାନ ପରିଦର୍ଶନ କରିପାରିବେ।

ୱାଟର ଫାଉେଣ୍ଟେନ, ମ୍ୟୁଜିକାଲ ଫାଉଣ୍ଟେନ, ଗୋଲାପ ଉଦ୍ୟାନ, ଆୟୁର୍ବେଦିକ ବୃକ୍ଷ ଉଦ୍ୟାନ, ହରିଣ ପାର୍କ, ମୟୂର, ବତକ, କକାଟେଲ ପକ୍ଷୀ ଘର ଏବଂ ଉଦ୍ୟାନର ସବୁଜିମା ପରିଦର୍ଶକମାନଙ୍କୁ ବିଶେଷ ଭାବରେ ଆକର୍ଷିତ କରୁଛି।

ଉଦ୍ୟାନ ପରିଦର୍ଶନ ବେଳେ ରାଜଭବନ ପରିସରକୁ କ୍ୟାମେରା, ଖାଦ୍ୟସାମଗ୍ରୀ ଓ ଆପତ୍ତିଜନକ ସାମଗ୍ରୀ ନଆଣିବା ସହ ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବାକୁ ପକ୍ଷରୁ ଅନୁରୋଧ କରାଯାଇଛି।

Comment