ଓଡ଼ିଶାଲାଇଭ୍ ବ୍ୟୁରୋ

  • ୧୨୪ଜଣ ସାଂସଦ ଓ ୧୭ଜଣ ମେୟର୍ ଏହି ସମ୍ମିଳନୀରେ ସାମିଲ୍
  • ବିଗତ ତିନି ବର୍ଷ ମଧ୍ୟରେ ଭାରତକୁ ଏକ ନୂଆ ପରିଚୟ ମଳିଛି
  • ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳରୁ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇ ହୋଇଆସୁଛି

ନୂଆଦିଲ୍ଲୀର ପ୍ରବାସୀ ଭାରତୀୟ କେନ୍ଦ୍ରରେ ପିଆଇଓ ସଂସଦୀୟ ସମ୍ମିଳନୀ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ୨୩ଟି ଦେଶର ୧୨୪ଜଣ ସାଂସଦ ଓ ୧୭ଜଣ ମେୟର୍ ଏହି ସମ୍ମିଳନୀରେ ସାମିଲ୍ ହୋଇଛନ୍ତି। ଏହି ଅବସରରେ ପ୍ରବାସୀ ଭାରତୀୟ ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧତ କରିଛନ୍ତି। ମୋଦି କହିଛନ୍ତି ଦେଶ ବଦଳୁଛି, ଦେଶର ଆର୍ଥିକ ବ୍ୟବସ୍ଥା ମଧ୍ୟ ବଦଳୁଛି। କିନ୍ତୁ ବଦଳିନି ଭାରତୀୟ ବିଚାରଧାରା। ଏକତା ହିଁ ଭାରତୀୟମାନଙ୍କର ଏକ ମହାନ ଶକ୍ତି। ଯେଉଁ ଦେଶରେ ବାସ କରନ୍ତୁ ନା କାହିଁକି ଆମେ ସମସ୍ତେ ଭାରତୀୟ। ଏଭଳି ଚିନ୍ତାଧାରା ସମସ୍ତ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବିଗତ ତିନି ବର୍ଷ ମଧ୍ୟରେ ଭାରତକୁ ଏକ ନୂଆ ପରିଚୟ ମଳିଛି। ଅନ୍ୟଦେଶ ତୁଳନାରେ ଭାରତ ସବୁବେଳେ ଫୋକସରେ ରହୁଛି। ଏହି ସମ୍ମିଳନୀ ବିଷୟରେ ମନ୍ତବ୍ୟ ଦେଇ ମୋଦି କହିଛନ୍ତି ଏହା ମିନି ଓ୍ବାର୍ଲ୍ଡ ପାର୍ଲାମେଣ୍ଟ ଭଳି।

ଭାରତୀୟମାନେ ଆଜି ମରିସସ୍, ପର୍ତ୍ତୁଗାଲ୍ ଓ ଆୟାର୍ଲାଣ୍ଡରେ ପ୍ରଧାନମନ୍ତ୍ରୀ ପଦରେ ଥବାବେଳେ ଅନ୍ୟ ଦେଶରେ ବିଭିନ୍ନ ମନ୍ତ୍ରୀ ତଥା ସାଂସଦ ହୋଇପାରିଛନ୍ତି। ଖାଲି ଏତିକି ନୁହେଁ ଅନ୍ୟ ବଡ ବଡ ଦେଶମାନଙ୍କରେ ପ୍ରବାସୀ ଭାରତୀୟମାନେ ଉଚ୍ଚ ପଦପଦବୀରେ ଅଛନ୍ତି। ଯାହାକୁ ନେଇ ଆମେ ଗର୍ବ କରିବା ଉଚିତ୍ ବୋଲି ମୋଦି କହିଛନ୍ତି।

ପ୍ରବାସୀ ଭାରତୀୟଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁ ଭାରତୀୟ ଦେଶବିଦେଶରେ ସ୍ଥାୟୀ ଭାବରେ ରହୁଛନ୍ତି ସେମାନେ ନିଜ ନିଜ ଭିତରେ ଭାରତୀୟତା ଉଜ୍ଜିବୀତ ରଖୁଛନ୍ତି। ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିବାରୁ ମୋଦି ନିଜକୁ ଗର୍ବିତ ଅନୁଭବ କରୁଥିବା କହିଛନ୍ତି।

ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ୍ ମଧ୍ୟ ଏହି କାର୍ଯ୍ୟକକ୍ରମକୁ ଉଦଘାଟନ କରି କହିଛନ୍ତି ୨୦୦୩ମସିହାରୁ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଆସୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳରୁ ଏହି ଦିବସ ପାଳିତ ହୋଇ ହୋଇଆସୁଛି । ଏହିଦିନ ଅର୍ଥାତ୍ ଜାନୁଆରୀ ୯ରେ ଜାତିର ପିତା ମହାତ୍ମା ଗାନ୍ଧୀ ଆଫ୍ରିକାରୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେଥିପାଇଁ ଏହି ଦିନଟିକୁ ପ୍ରବାସୀ ଭାରତୀୟ ଦିବସ ଭାବେ ପାଳନ କରାଯାଏ।

 

 

Comment