ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ସୁନ୍ଦରୀଙ୍କ ଚର୍ଚ୍ଚା ସମଗ୍ର ବିଶ୍ଵରେ କିଛି କମ୍ ନୁହେଁ।   ସେମାନଙ୍କ ରୂପଚର୍ଯ୍ୟା, କେଶବିନ୍ୟାସ ଓ ପରିପାଟୀରେ ରହିଛି ସ୍ଵତନ୍ତ୍ରତା। ବିଭିନ୍ନ ଅନ୍ତର୍ଜାତୀୟ ସମ୍ମିଳନୀ ଓ କାର୍ଯ୍ୟକ୍ରମରେ ସେଇଥିପାଇଁ ଭାରତୀୟ ସୁନ୍ଦରୀଙ୍କୁ ଖୋଜାପଡେ। ଭାରତୀୟ ସୁନ୍ଦରୀମାନେ ବିଶ୍ଵସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଏପରିକି ଉଦ୍‌ଘୋଷକ ଭାବେ ଯୋଗଦେଇ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ଅନ୍ୟନ୍ୟ ଶୈଳୀ ବିଶ୍ଵବାସୀଙ୍କୁ ଆକର୍ଷିତ କରିଛି। ଭାରତର ଦିଲ୍ଲୀ, ବମ୍ବେ ସମେତ ୫ଟି ସହରକୁ ସୁନ୍ଦରୀଙ୍କ ସହର ବୋଲି ଏକ ସର୍ଭରେୁ ଜଣାଯାଇଛି।

ବିଦେଶୀଙ୍କ ମତରେ ଦିଲ୍ଲୀ ଝିଅ ସବୁଠୁ ସୁନ୍ଦରୀ। ସେମାନଙ୍କ ବ୍ୟବହାର ଓ ପୋଷାକ ମାର୍ଜିତ। ଦିଳ୍ଲୀ ଯୁବତୀ ଖୁବ୍ ସ୍ମାର୍ଟ। ସବୁଥିରେ ଏମାନଙ୍କ ଭିନ୍ନତା ବାରି ହୋଇପଡେ। ସୁନ୍ଦରତାରେ ବମ୍ବେ ଯୁବତୀ କିଛି କମ୍ ନୁହନ୍ତି। ସ୍ଥାନୀୟ ଜଳବାୟୁ ହିଁ ଏଥିପାଇଁ ଦାୟୀ। ସୁନ୍ଦରୀ ତରୁଣୀଙ୍କ ଭିଡ ହିଁ ବମ୍ବେ ସହରରକୁ କରିଛି ମାୟା ନଗରୀ। ବେଙ୍ଗାଲୁର ଯୁବତୀଙ୍କ ସୌନ୍ଦର୍ଯ୍ୟ ବାହୁନିବାର ନୁହେଁ। ଏହି ସହରର ୭୭ପ୍ରତିଶତ ଯୁବତୀ କର୍ମଜୀବୀ। ସେମାନେ ଷ୍ଟାଇଲ୍‌କୁ ଦିଅନ୍ତି ଅଧିକ  ଗୁରୁତ୍ବ । ପୋଷାକପତ୍ର ଓ ରୂପଚର୍ଯ୍ୟା ସେମାନେ ମାସକୁ ମାତ୍ରାଧିକ ଅର୍ଥ ଖର୍ଚ୍ଚ କରିଥାନ୍ତି। ଲକ୍ଷ୍ମୌ ହରିୟାନା ଓ ଚଣ୍ଡିଗଡ଼ ଯୁବତୀଙ୍କ ଶାରୀରିକ ଗଠନ ଓ  ଜୀବନଚର୍ଯ୍ୟା ନିଅରା। ସୁନ୍ଦରପଣରେ ସେମାନେ ମଧ୍ୟ ପଛରେ ନାହାନ୍ତି। ଆପଣାର ସଂସ୍କତି ସହ ପାଶ୍ଚାତ୍ୟ ଚଳଣୀର ଫେଣ୍ଟାଫେଣ୍ଟି ସମନ୍ବୟ ଏହି ସହରର ଯୁବତୀମାନଙ୍କୁ କରିଛି ଆକର୍ଷଣୀୟ।

 

Comment