ଓଡ଼ିଶାଲାଇଭ୍ ବ୍ୟୁରୋ

ଯେଉଁମାନେ ଭବିଷ୍ୟତରେ ସିଭିଲ୍ ସର୍ଭିସରେ କୃତକାର୍ଯ୍ୟ ହୋଇ ଜିଲ୍ଲାପାଳ ହେବାର ସ୍ଵପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି ଛତିଶଗଡ଼ ସରକାର।

ଯେଉଁ ଛାତ୍ରଛାତ୍ରୀମାନେ ସିଭିଲ ସର୍ଭିସ ପରୀକ୍ଷା ନିମନ୍ତେ ପ୍ରସ୍ତୁତି ଚଳାଇଛନ୍ତି ସେମାନଙ୍କୁ ଚିହ୍ନଟ କରି ଗୋଟିଏ ଦିନ ପାଇଁ ଜିଲ୍ଲାପାଳ ଦାୟିତ୍ଵ ଦିଆଯାଇଛି। ଏମିତି ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ଛତିଶଗଡ ସରକାର। ଛତିଶଗଡର ପଛୁଆ ଓ ମାଓ ଅଧ୍ୟୁଷିତ ଜିଲ୍ଲା ଭାବେ ଜଣାଶୁଣା ପ୍ରାୟ ୨୯ଟି ଜିଲ୍ଲାର ଯୁବକମାନଙ୍କୁ ଗୋଟିଏ ଦିନ ଛାୟା ଜିଲ୍ଲାପାଳ (ସାଡୋ କଲେକ୍ଟର) ଭାବେ ନିଯୁକ୍ତି ଦିଆଯାଇଛି।

ଯେଉଁମାନେ ଭବିଷ୍ୟତରେ ସିଭିଲ୍ ସର୍ଭିସରେ କୃତକାର୍ଯ୍ୟ ହୋଇ ଜିଲ୍ଲାପାଳ ହେବାର ସ୍ଵପ୍ନ ଦେଖୁଛନ୍ତି ସେମାନଙ୍କୁ ଚିହ୍ନଟ କରି ସରକାର ଗୋଟିଏ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଭାବେ ଦାୟିତ୍ଵ ଦେଇଛନ୍ତି। ଗତକାଲି ମାଲକାନଗିରି ଜିଲ୍ଲାଠାରୁ ୨୦ କିଲୋମିଟର ଦୂର ସୁକୁମା ଜିଲ୍ଲାରେ ଧମତରି ଗ୍ରାମର ସତ୍ୟମ ସିହ୍ନାଙ୍କୁ ଏହି ଦାୟିତ୍ଵ ଦିଆଯାଇଥିଲା। ତାଙ୍କ ମା’ଙ୍କ ସହ ସେ ବସରେ ସୁକୁମା ପହଞ୍ଚିବା ପରେ ସୁକୁମା ପ୍ରଶାସନ ପକ୍ଷରୁ ତାଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଆଯାଇ ସେଠାରେ ସୁକୁମା ଜିଲ୍ଲାପାଳ ଜୟପ୍ରକାଶ ମରିୟା ଜିଲ୍ଲାପାଳଙ୍କ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ବୁଝାଇଥିଲେ। ପରେ ସେ ରାଜ୍ୟ ସରକାରଙ୍କ ଦ୍ଵାରା ଆୟୋଜିତ କମ୍ପିଟିସନ୍ ୟୁଥ୍ ୱାର୍କ ଓ ବିଭିନ୍ନ ବିଦ୍ୟାଳୟ ବୁଲି ଶିକ୍ଷା ପଦ୍ଧତି  ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ତେବେ ମାଓ ପ୍ରଭାବିତ ଅଞ୍ଚଳରେ ପ୍ରଗତି ଆଣିବା ସହ ଶିକ୍ଷାର ବିକାଶ ଘଟିଲେ ଏହି ଅଞ୍ଚଳରେ ପ୍ରଗତି ଆଣିବା ସହ ଶିକ୍ଷାର ବିକାଶ ଘଟିଲେ ଏହି ଅଞ୍ଚଳରେ ଲୋକେ ହିଂସା ଛାଡି ପ୍ରଶାସନ ପ୍ରତି ଆସ୍ଥାଭାଜନ ହେବେ ବୋଲି ସତ୍ୟମ୍ କହିଥିଲେ।

ସରକାରଙ୍କ ଯୋଜନାଗୁଡିକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ହେଲେ ରାଜନୈତିକ ଇଚ୍ଛାଶକ୍ତି ଓ ଲୋକମାନଙ୍କ ମଧ୍ୟରେ ସଚେତନତା ଆସିବା ନିହାତି ଜରୁରୀ ବୋଲି ସେ କହିଥିଲେ। ସରକାରଙ୍କ କରାଯାଇଥିବାବେଳେ ଗୋଟିଏ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟଭାର ଗ୍ରହଣ କରି ପ୍ରକୃତ କାର୍ଯ୍ୟ ସମ୍ପର୍କରେ ଜାଣିବା ପରେ ସେ ଜଣେ ପ୍ରଶାସନିକ ଅଧିକାରୀ ଭାବେ ଜିଲ୍ଲାପାଳ ଦାୟିତ୍ଵର ଗୁରୁତ୍ଵ ଅନୁଭବ କରିଥିବା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here