ଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭୂତାଣୁ କେମିତି ବ୍ୟାପୁଛି ଓ ଏହାକୁ ଆମେ କିପରି ରୋକିପାରିବା? ଆସନ୍ତୁ ଜାଣିବା ଏନେଇ କ’ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ।

samir sahu

ଥଣ୍ଡା, ସର୍ଦ୍ଦି ଭଳି ଯେମିତି ଗୋଟିଏ ବ୍ୟକ୍ତିଠାରୁ ଅନ୍ୟ ଲୋକ ଡେଇଁଥାଏ ସେହିଭଳି କରୋନା ଭୂତାଣୁ ମଧ୍ୟ ସଂକ୍ରମିତ ବ୍ୟକ୍ତିଠାରୁ ସୁସ୍ଥ ବ୍ୟକ୍ତି ପାଖକୁ ଆସିଥାଏ। କାଶ, ଛିଙ୍କ ମାଧ୍ୟମରେ ଏହି ଭୂତାଣୁ ସଂକ୍ରମିତ ବ୍ୟକ୍ତିର ଶରୀରରୁ ବାହାରି ପରିବେଶରେ ଥିବା ନିତ୍ୟବ୍ୟବହାର ହେଉଥିବା ବିଭିନ୍ନ ଜିନିଷ ଉପରେ ରହିଯାଇଥାଏ। ସୁସ୍ଥ ବ୍ୟକ୍ତି ଏହି ଜିନିଷ ସଂସ୍ପର୍ଶରେ ଆସିଲେ ହାତ ଦେଇ ଏହା ଶରୀର ଭିତରକୁ ଯାଇଥାଏ।

ଆସନ୍ତୁ ଜାଣିବା କେଉଁ ମାଧ୍ୟମରେ କେତେ ସମୟ ସକ୍ରିୟ ରହିପାରେ:

  • ତମ୍ବା ପୃଷ୍ଠରେ ସାଢ଼େ ୩ ଘଣ୍ଟା।
  • କାଠ ବା ପ୍ଲାଇ ପୃଷ୍ଠରେ ୯ ଘଣ୍ଟା।
  • ଲୁହା ପୃଷ୍ଠରେ ୧୩ ଘଣ୍ଟା।
  • ପ୍ଲାଷ୍ଟିକରେ ୧୬ ଘଣ୍ଟା।

corona awareness

କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କୁ ସଚେତନ ହେବାକୁ ପଡ଼ିବ। ଆପଣଙ୍କ ଘରେ , ସୋସାଇଟିରେ ବା ଅଫିସରେ ଲୋକଙ୍କ ସହ ମିଳାମିଶା କଲା ବେଳେ ହାତ ମିଳାନ୍ତୁ ନାହିଁ। କାହାର କାଶ ବା ଛିଙ୍କ ହେଉଥିଲେ ତାଙ୍କଠାରୁ ଅନ୍ତତଃ ୧ ମିଟର ଦୂରତା ରକ୍ଷା କରନ୍ତୁ। ନିୟମିତ ବ୍ୟବଧାନରେ ସାବୁନରେ ବା ହ୍ୟାଣ୍ଡ ଓ୍ୱାସରେ ହାତ ଧୁଅନ୍ତୁ।

wash hand

ହାତକୁ ଆଖି, ପାଟି ଓ ନାକରେ ଲଗାନ୍ତୁ ନାହିଁ। ବାରମ୍ବାର ବ୍ୟବହାର ହେଉଥିବା ଜିନିଷ ଯେପରିକି ମୋବାଇଲ ଫୋନ, ଲାପଟପ୍‌, କମ୍ପ୍ୟୁଟର କିବୋର୍ଡ ଆଦିକୁ ଅନ୍ୟ ସହ ବ୍ୟବହାର କରନ୍ତୁ ନାହିଁ। ହାଟ, ବଜାର, ମଲ୍‌ ବା କୌଣସି ସଭାସମିତି ବା ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ। ଘରେ ଏବଂ ଅଫିସରେ ଆପଣ ବ୍ୟବହାର କରୁଥିବା ପରିଷ୍କାର ପରିଚ୍ଛନତାରେ ରଖନ୍ତୁ।

କରୋନାକୁ ଜାଣନ୍ତୁ, ଜିଣନ୍ତୁ | ଓଡ଼ିଶାର ଦୁଇ ପ୍ରମୁଖ ଡିଜିଟାଲ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ (www.swasthya.plus) ଏବଂ ‘ଓଡ଼ିଶାଲାଇଭ୍’ (www.odisha.live) ପକ୍ଷରୁ ‘କରୋନାକୁ ଡରନା’ ନାଁରେ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ଯୋଡ଼ି ହୁଅନ୍ତୁ ଏବଂ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରନ୍ତୁ। କାରଣ, କରୋନାର କୌଣସି ଚିକିତ୍ସା ନାହିଁ। ସଚେତନତା ହିଁ ଏକମାତ୍ର ଔଷଧ!

Comment