ଓଡ଼ିଶାଲାଇଭ୍ ବ୍ୟୁରୋ

ମେଡିକାଲ ବିଭାଗରେ ନିଜର କ୍ୟାରିୟର ଗଢ଼ିବାକୁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀମାନେ ବହୁ ପୂର୍ବରୁ ନିଜ ପ୍ରସ୍ତୁତି ଆରମ୍ଭ କରିଥାନ୍ତି। ଆଗକୁ ଅଛି ଏନ୍.ଇ.ଇ.ଟି ୟୁଜି ପରୀକ୍ଷା, ଦେଶରେ କରୋନା ଆତଙ୍କ ପାଇଁ ଅଧିକାଂଶ ଛାତ୍ରଛାତ୍ରୀ ନିଜର ଶିକ୍ଷାନୁଷ୍ଠାନ ତଥା କୋଚିଂ ସେଣ୍ଟର ଛାଡ଼ି ଘରକୁ ପଳାଇଛନ୍ତି। ଏହି ସମୟରେ ଘରେ ରହି ଛାତ୍ରଛାତ୍ରମାନଙ୍କୁ ପ୍ରସ୍ତୁତି କରିବାକୁ ହେବ।

ଚାଲନ୍ତୁ ଜାଣିବା ଘରେ ରହି ଏନ୍.ଇ.ଇ.ଟି ୟୁଜି ପ୍ରସ୍ତୁତି ପାଇଁ କେଉଁ ଦିଗ ପ୍ରତି ଧ୍ୟାନ ଦେଲେ ଆପଣ ପରୀକ୍ଷାରେ ସଫଳ ହୋଇପାରିବେ।

neet

  • ପରୀକ୍ଷାରେ କେଉଁ ବିଷୟ ଆସିବ ସେ ବିଷୟରେ ଜାଣନ୍ତୁ।  ସଠିକ୍ ଭାବରେ ସିଲାବସ୍ ଜାଣିବା ପରେ ହିଁ ଆପଣ ନିଜର ଷ୍ଟଟି ପ୍ଲାନ୍ ତଥା ଟାଇମ୍ ଟେବଲ୍ କରିପାରିବେ।
  • ସମସ୍ତ ବିଷୟର କନସେପ୍ଟ ବା ଫଣ୍ଡାମେଣ୍ଟାଲ୍ କ୍ଲିଅର୍ ରଖନ୍ତୁ ଏହାଦ୍ୱାରା ଯେକୌଣସି ବିଷୟର ଯେକୌଣସି ଭାଗରୁ ପ୍ରଶ୍ନ ଆସିଲେ ମଧ୍ୟ ଆପଣ ବିନା ଡାଉଟରେ ଏହାର ଉତ୍ତର ଦେଇପାରିବେ।
  • ପଢ଼ା ସମୟରେ କୋଣସି ଡାଉଟ୍ ଆସିଲେ ତାକୁ ଅଣଦେଖା କରନ୍ତୁ ନାହିଁ, ସାଙ୍ଗେ ସାଙ୍ଗେ ନିଜର ଅଧ୍ୟାପକ, ସିନିୟର ବା ସହପାଠୀଙ୍କ ସହ ଆଲୋଚନା କରି ସମାଧାନ କରନ୍ତୁ।
  • ନିଜର ନୋଟ୍ସ୍ ବନାନ୍ତୁ। ଏହା ଦ୍ୱାରା ଆପଣଙ୍କର ପାଠ ଶୀଘ୍ର ମନେରହିବ।

neet

  • ଏନ୍.ଇ.ଇ.ଟି ୟୁଜି ପରୀକ୍ଷାରେ ଉଭୟ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ପାଠ ଆସେ ତେଣୁ ଆପଣଙ୍କୁ ଉଭୟ ସିଲାବସକୁ ସଠିକ ପରିମାଣରେ ଟାଇମ୍ ଦେବାକୁ ହେବ।
  • ଆବଶ୍ୟକୀୟ ଷ୍ଟଡି ମାଟେରିଆଲ୍ସ୍ ସଂଗ୍ରହ କରନ୍ତୁ। ଆପଣ ଚାହିଁଲେ ଅନଲାଇନ ମଧ୍ୟ କୋଚିଂ କ୍ଲାସ୍ ଜଏନ୍ କରିପାରିବେ ଏବଂ ଦରକାରୀ ନୋଟ୍ସ୍ ସଂଗ୍ରହ କରିପାରିବେ।

online study

  • ଫିଟିକ୍ସ, କେମେଷ୍ଟ୍ରୀ, ବାୟୋଲୋଜୀର ଅଲଗା ଅଲଗା ନୋଟ୍ସ୍ ଏବଂ ପ୍ରାକ୍ଟିସ୍ ଖାତା କରନ୍ତୁ। ଏହା ଦ୍ୱାରା ଆପଣଙ୍କୁ ପଢ଼ିବାରେ ସହଜ ହେବ। ଯେହେତୁ ଏନ୍.ଇ.ଇ.ଟି ପାଇଁ ଅଳ୍ପ ସମୟ ଅଛି ତେଣୁ ସବୁ ପାଠ ଖାଲି ନପଢ଼ି ଅଧିକ ପ୍ରାକ୍ଟିସ୍ କରିବାରେ ଧ୍ୟାନ ଦିଅନ୍ତୁ।
  • ପୁରୁଣା ପାଠର ରିଭିଜନ୍ କରନ୍ତୁ। ପୂର୍ବ ପରୀକ୍ଷା ପ୍ରଶ୍ନପତ୍ର ସଂଗ୍ରହ କରି ତାକୁ ପ୍ରାକ୍ଟିସ୍ କରନ୍ତୁ। ଅନ୍ୟ ଟେଷ୍ଟ ସିରିଜ୍ ମଧ୍ୟ ପ୍ରାକ୍ଟିସ୍ କରନ୍ତୁ ଏହାଦ୍ୱାରା ପରୀକ୍ଷାରେ ଆସୁଥିବା ସବୁପ୍ରକାର ପ୍ରଶ୍ନର ସାମନା କରିପାରିବେ।
  • ଘରେ ରହି ଅନଲାଇନ୍ ମୋକ୍ ଟେଷ୍ଟ ଦିଅନ୍ତୁ। ଏହାଦ୍ୱାରା ପରୀକ୍ଷା କିଭଳି ପ୍ରଶ୍ନ ଆସୁଛି ସେ ବିଷୟରେ ଜାଣିବା ସହ କେଉଁ ବିଷୟରେ ଆପଣ ଦୂର୍ବଳ ଅଛନ୍ତି ତାହା ମଧ୍ୟ ଜାଣିପାରିବେ।
  • ଘରେ ସବୁବେଳେ ସମୟାନୁବର୍ତ୍ତୀତା ରୁହନ୍ତୁ। ଅଳସୁଆ ହୁଅନ୍ତୁ ନାହିଁ। ଏନ୍.ଇ.ଇ.ଟି ୟୁଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ କଠିନ ପରିଶ୍ରମର ଆବଶ୍ୟକତା ଅଛି ଏହା ଜାଣିରଖନ୍ତୁ।

neet

  • ଏକ୍ସପର୍ଟଙ୍କ ପରାମର୍ଶ ଫଲୋ କରନ୍ତୁ, କେଉଁ ବିଷୟକୁ କିଭଳି ଏବଂ କେତେ ସମୟ ଦେବେ ଜାଣନ୍ତୁ।
  • ଘରେ ନିଜର ପଢ଼ା ସ୍ଥାନ ଅଲଗା ବାଛନ୍ତୁ  ଏବଂ କୋଳାହଳଠାରୁ ଦୂରରେ ରୁହନ୍ତୁ। ଖାଦ୍ୟପେୟର ସଠିକ୍ ଧ୍ୟାନ ରଖିବା ସହ ନିଜ ଶରୀର ପ୍ରତି ଧ୍ୟାନ ରଖନ୍ତୁ। ସକାଳ ଉଠି ବ୍ୟାୟାମ କରନ୍ତୁ, ଏହା ଆପଣଙ୍କୁ ଅଧିକ ସମୟ ସତେଜ ରଖିବାରେ ସାହାଯ୍ୟ କରେ।
  • ସବୁଠୁ ବଡ଼ କଥା ହେଉଛି ନିଜ ଉପରେ ଅତ୍ମବିଶ୍ୱାସ। ବିଶ୍ୱାସର ସହ କଠିନ ପରିଶ୍ରମ କରିଚାଲନ୍ତୁ ଦେଖିବେ ସଫଳତା ନିଶ୍ଚୟ ମିଳିବ।

Source www.chakiri.plus

Comment