ଓଡ଼ିଶାଲାଇଭ୍ ବ୍ୟୁରୋ

“ଆଜିର ଡିଜିଟାଲ ଯୁଗରେ ଗଣ ଯୋଗାଯୋଗର କ୍ଷେତ୍ର ଅନେକ ଦିଗକୁ ପ୍ରସାରିତ ହୋଇଛି। ଆଜିର ଯୋଗାଯୋଗ କ୍ଷେତ୍ରକୁ ଷ୍ଟ୍ରାଟେଜିକ୍ କମ୍ୟୁନିକେସନ ଓ ଡିଜିଟାଲ ମିଡିଆ ମ୍ୟାନେଜମେଣ୍ଟ ନୂଆ ଦିଗ ଦେଇଛି। ତେଣୁ ଆଜିର ଗଣମାଧ୍ୟମ ଛାତ୍ରଛାତ୍ରୀମାନେ ଏଗୁଡ଼ିକୁ ଅପଣାଇଲେ ଏହା ସେମାନଙ୍କ କ୍ୟାରିୟରକୁ ଆଗକୁ ନେବାରେ ସହାୟତା କରିବ”, କହିଛନ୍ତି ମାଲେସିଆ ମଲ୍ଟିମିଡିଆ ବିଶ୍ଵବିଦ୍ୟାଳୟର ଆପ୍ଲାଏଡ କମ୍ୟୁନିକେସନ ବିଭାଗର ଡିନ୍ ଡକ୍ଟର ମୋଖତାରୁଦ୍ଦିନ ଅହମ୍ମଦ।

ଡକ୍ଟର ମୋଖତାରୁଦ୍ଦିନ ଅହମ୍ମଦ ଶନିବାର ଭୁବନେଶ୍ୱର ସୂର୍ଯ୍ୟ ନଗରସ୍ଥିତ ଓଡ଼ିଶାଲାଇଭ୍ ଅଫିସ୍ ପରିଦର୍ଶନ କରିଥିଲେ। ସେ ଓଡ଼ିଶାଲାଇଭ୍ ଟିମ୍ ସହ ଷ୍ଟ୍ରାଟେଜିକ୍ କମ୍ୟୁନିକେସନ ଓ ଡିଜିଟାଲ ମିଡିଆ ମ୍ୟାନେଜମେଣ୍ଟ ଭଳି ବିଷୟରେ ଅଲୋଚନା କରିଥିଲେ।

ଏହି ଅବସରରେ ଓଡିଶାଲାଇଭର ସିଇଓ ତଥା ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ତାଙ୍କୁ ସ୍ଵାଗତ କରିଥିଲେ। ସେ ମୋଖତାରୁଦ୍ଦିନ ଅହମ୍ମଦଙ୍କୁ ଓଡ଼ିଶାଲାଇଭର ବିଭିନ୍ନ ବିଭାଗ ବୁଲି ଦେଖାଇଥିଲେ।

ମୋଖତାରୁଦ୍ଦିନ ଅହମ୍ମଦ ଓଡ଼ିଶାଲାଇଭ୍ ଟିମ୍ ସହ ଆଜିର ଗଣମାଧ୍ୟମରେ ଥିବା ବିଭିନ୍ନ ଆହ୍ଵାନ ବିଷୟରେ ଅଲୋଚନା କରିଥିଲେ। ଏଗୁଡ଼ିକର କିଭଳି ମୁକବିଲା କରିହେବ ସେ ସମ୍ପର୍କରେ କହିଥିଲେ। ସେ ଆଜିର ଯୁଗରେ ହେଉଥିବା ଷ୍ଟ୍ରାଟେଜିକ୍ କମ୍ୟୁନିକେସନର ମହତ୍ଵ ସମ୍ପର୍କରେ କହିଥିଲେ। ଏହାଛଡ଼ା ସେ ଭବିଷ୍ୟତରେ କମ୍ୟୁନିକେସନର ନୂଆ ନୂଆ ଦିଗ କ’ଣ ରହିବ ସେ ବିଷୟରେ ଆଲୋକପାତ କରିଥିଲେ।

“ଗଣମାଧ୍ୟମରେ ଥିଓରିରୁ ପ୍ରାକ୍ଟିକାଲ ଜ୍ଞାନର ଅଧିକ ମହତ୍ଵ ରହିଛି। ମୁଁ ଯେତେବେଳେ ଗଣମାଧ୍ୟମରେ କାମ କରିବା ଆରମ୍ଭ କରିଥିଲି ସେ ଦିନ ଓ ଆଜି ମଧ୍ୟରେ ସ୍ଥିତି ବହୁତ ବଦଳିଯାଇଛି। ଏବେ କେବଳ ଗଣମାଧ୍ୟମକୁ ଆଧାରକରି ସଂସ୍ଥାଗୁଡ଼ିକର ଚାଲିବା କଷ୍ଟକର ହେଉଛି। ତେବେ ସଂସ୍ଥାମାନଙ୍କୁ ଷ୍ଟ୍ରାଟେଜିକ କମ୍ୟୁନିକେସନ, କର୍ପୋରେଟ ଅଫୟାର୍ସ ଓ କମ୍ୟୁନିକେସନର ଅନ୍ୟାନ୍ୟ ଦିଗକୁ ନେଇ କାମ କରିବାକୁ ପଡ଼ିବ”, କହିଛନ୍ତି ମୋଖତାରୁଦ୍ଦିନ ଅହମ୍ମଦ।

ସେ ଆହୁରି ମଧ୍ୟ କହିଛନ୍ତି,“ଆଜିର ଦୁନିଆରେ ବିଭିନ୍ନ କ୍ଷେତ୍ରରେ ନୂଆ ନୂଆ ଟେକ୍ନୋଲୋଜିର ଉପଯୋଗ ହେଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଟେକ୍ନୋଲୋଜି ଭବିଷ୍ୟତର ସାଧନ ହେବ। ଗଣମାଧ୍ୟମରେ ଏହାର ଉପଯୋଗ ହେଲେ ମଧ୍ୟ ଏହି ଟେକ୍ନୋଲୋଜି କେବେବି ମନୁଷ୍ୟର ସ୍ଥାନ ନେଇ ପାରିବ ନାହିଁ। ମିଡିଆରେ ଟେକ୍ନୋଲୋଜି ସହ ମନୁଷ୍ୟଙ୍କ ବୁଦ୍ଧି ଓ ବିବେକକୁ ନେଇ କାର୍ଯ୍ୟ କରିବାକୁ ହେବ।”

ଓଡ଼ିଶାଲାଇଭ୍ ଟିମ୍ ସହ ଆଲୋଚନା ବେଳେ ଡକ୍ଟର ମୋଖତାରୁଦ୍ଦିନ ଓଡ଼ିଶାଲାଇଭର କାର୍ଯ୍ୟଶୈଳୀକୁ ପ୍ରଶଂସା କରିଥିଲେ। ଓଡ଼ିଶାଲାଇଭରେ ସାମ୍ବାଦିକତା ସହ ହେଉଥିବା ଷ୍ଟ୍ରାଟେଜିକ କମ୍ୟୁନିକେସନ ଓ ଡିଜିଟାଲ ମିଡିଆ ମ୍ୟାନେଜମେଣ୍ଟ ଭଳି କାର୍ଯ୍ୟଦେଖି ସେ ବହୁତ ଖୁସି ହୋଇଥିଲେ।

ମୋଖତାରୁଦ୍ଦିନ ଅହମ୍ମଦଙ୍କର ଗଣମାଧ୍ୟମରେ ୨୨ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ସେ ଗଣମାଧ୍ୟମ ବ୍ୟତୀତ ଅନେକ ବଡ଼ ବଡ଼ କମ୍ପାନିରେ ପବ୍ଲିକ ରିଲେସନ ଓ ଷ୍ଟ୍ରାଟେଜିକ କମ୍ୟୁନିକେସନର ବିଶେଷଜ୍ଞ ଭାବେ କାର୍ଯ୍ୟ କରିଛନ୍ତି। ସେ ବର୍ତ୍ତମାନ ମାଲେସିଆର ମଲ୍ଟି ମିଡିଆ ବିଶ୍ଵବିଦ୍ୟାଳୟର ଆପ୍ଲାଏଡ କମ୍ୟୁନିକେସନ ବିଭାଗର ଡିନ୍ ଭାବେ କାର୍ଯ୍ୟ କରୁଛନ୍ତି। ଏହାଛଡ଼ା ସେ ମାଲେସିଆ ଉଚ୍ଚ ଶିକ୍ଷା ମନ୍ତ୍ରାଳୟର ମିଡିଆ ପରାମର୍ଶଦାତା ଅଛନ୍ତି।

Tags: #MokhtarrudinAhmad #StrategicCommunication #MultimidiaUniversity #Malaysia #OdishaLive

LEAVE A REPLY

Please enter your comment!
Please enter your name here