ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ଡେଭେଲପମେଣ୍ଟ ଅଥରିଟି (DDA) ଅଧୀନରେ ଡେପୁଟି ଡିରେକ୍ଟର, ଆକାଉଣ୍ଟ୍ସ୍ ଅଫିସର୍ ଓ ପ୍ଲାନିଂ ଆସିଷ୍ଟାଣ୍ଟ ଆଦି ବିଭିନ୍ନ ପଦବୀରେ ସମୁଦାୟ ୬୩୭ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟାକୁ ମେ’ ୧୫କୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହାର ଶେଷ ତାରିଖ ଏପ୍ରିଲ୍ ୩୦ ଥିଲା।

ପଦବୀ ସଂଖ୍ୟା:

  • ଡେପୁଟି ଡିରେକ୍ଟର (ସିଷ୍ଟମ) – ୨
  • ଡେପୁଟି ଡିରେକ୍ଟର (ପ୍ଲାନିଂ) – ୫
  • ଆସିଷ୍ଟାଣ୍ଟ ଡିରେକ୍ଟର (ପ୍ଲାନିଂ) – ୫
  • ଆସିଷ୍ଟାଣ୍ଟ ଡିରେକ୍ଟର (ସିଷ୍ଟମ) – ୨
  • ଆସିଷ୍ଟାଣ୍ଟ ଆକାଉଣ୍ଟ୍ସ୍ ଅଫିସର୍- ୧୧
  • ପ୍ଲାନିଂ ଆସିଷ୍ଟାଣ୍ଟ- ୧
  • ଏସ୍.ଓ (ହର୍ଟିକଲଚର) – ୪୮
  • ଆର୍କିଟେକ୍ଚରାଲ ଆସିଷ୍ଟାଣ୍ଟ- ୮
  • ସର୍ଭେୟର- ୧୧
  • ଷ୍ଟେନୋଗ୍ରାଫର୍ (ଗ୍ରେଡ୍ ଡି) – ୧୦୦
  • ପଟଓ୍ୱାରୀ- ୪୪

DDA

  • ଜୁନିୟର ସେକ୍ରେଟାରୀଏଟ୍ ଆସିଷ୍ଟାଣ୍ଟ-୨୯୨
  • ମାଳୀ (Mali) – ୧୦୦
  • ସିନିୟର ଲ’ ଅଫିସର- ୧
  • ଲିଗାଲ ଆସିଷ୍ଟାଣ୍ଟ- ୭

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଆସନ୍ତା ମେ’ ୧୫ ତାରିଖ ସଂଧ୍ୟା ୬ଟା ସୁଦ୍ଧା ଡି.ଡି.ଏର ଓ୍ୱେବସାଇଟ୍ରୁ ଅନଲାଇନ୍ ଆବେଦନ କରିପାରିବେ। ଆବେଦନ ଶୁଳ୍କ ଦାଖଲ କରିବାର ଶେଷ ତାରିଖ ମେ’ ୨୦।

ଆବେଦନ ଶୁଳ୍କ– ୫୦୦ ଟଙ୍କା

ଏହି ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ସୂଚନା ପାଇଁ dda.org.inରେ ଲଗ୍ଇନ୍ କରନ୍ତୁ।

Sourcewww.chakiri.plus

Comment