ଓଡ଼ିଶାଲାଇଭ୍ ବ୍ୟୁରୋ

ଜଣେ ବୈଜ୍ଞାନିକ ହେବା ସାଙ୍ଗକୁ ଜଣେ ସ୍ତମ୍ଭକାର ଭାବେ ମଧ୍ୟ ଜଣାଶୁଣା ଡକ୍ଟର କେ.ଶିଭନ । ତାଙ୍କର ଅନେକ ଜର୍ଣ୍ଣାଲ ପ୍ରକାଶିତ ହୋଇସାରିଛି। ଏଥିପାଇଁ ଅନେକ ପୁରସ୍କାର ମଧ୍ୟ ଜିଣିଛନ୍ତି ଶିଭନ।

ପ୍ରସିଦ୍ଧ ବୈଜ୍ଞାନିକ ଡକ୍ଟର କେ.ଶିଭନଙ୍କୁ ଇସ୍ରୋ (ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର। କ୍ୟାବିନେଟ୍ ନିଯୁକ୍ତି ସମିତି କେ.ଶିଭନଙ୍କ ନାମକୁ ମଞ୍ଜୁରୀ ଦେଇଛନ୍ତି। ସେ ଏ.ଏସ କିରଣଙ୍କ ସ୍ଥାନ ନେବେ ବୋଲି ଜଣାପଡିଛି। କିରଣଙ୍କ କାର୍ଯ୍ୟକାଳ ୧୪ ଜାନୁଆରୀରେ ସରିବାକୁ ଯାଉଛି।

ଏହାପୂର୍ବରୁ ଶିଭନ ଏକାସଙ୍ଗରେ ୧୦୪ ସ୍ୟାଟେଲାଇଟ୍ ଅନ୍ତରୀକ୍ଷକୁ ପଠାଇଥିବା ଇସ୍ରୋକୁ ସାହାଯ୍ୟ କରିଥିଲେ। ଶିଭନଙ୍କ ନାମରେ ଆଉ ଏକ ବଡ ସଫଳତା ହେଉଛି ସେ ତିନିବର୍ଷ ଧରି ସ୍ପେସ୍ ବିଭାଗରେ ସେକ୍ରେଟାରୀ ଭାବରେ କାର୍ଯ୍ୟ କରିସାରିଛନ୍ତି। ସ୍ପେସ୍ କମିଶନର ଚେୟାରମ୍ୟାନ୍ ପଦବୀରେ ମଧ୍ୟ କାର୍ଯ୍ୟ କରିଥିଲେ ଶିଭନ ।

ବର୍ତ୍ତମାନ ଶିଭନ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ୧୯୮୦ ମସିହାରେ ମଦ୍ରାସ ଇଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଏରୋନେଟିକାଲ୍ ଇଞ୍ଜିନିୟରିଂରେ ସ୍ନାତକ କରିଥିଲେ। ଏହାପରେ ସେ ୧୯୮୨ ମସିହାରେ ଆଇଆଇଏସସି ବେଙ୍ଗାଳୁରୁରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ସ୍ନାତକତ୍ତୋର, ୨୦୦୬ ମସିହାରେ ଆଇଆଇଟି ବମ୍ବେରୁ ପିଏଚଡି ଡିଗ୍ରୀ ହାସଲ କରିଥିଲେ।

ପିଟିଆଇ ଖବର ମୁତାବକ ଶିଭନ ୧୯୮୨ମସିହାରେ ଇସ୍ରୋର ପିଏସଏଲବି ପ୍ରୋଜେକ୍ଟରେ ଯୋଗ ଦେଇଥିଲେ। ଜଣେ ବୈଜ୍ଞାନିକ ହେବା ସାଙ୍ଗକୁ ଜଣେ ସ୍ତମ୍ଭକାର ଭାବେ ମଧ୍ୟ ଜଣାଶୁଣା ସେ । ତାଙ୍କର ଅନେକ ଜର୍ଣ୍ଣାଲ ପ୍ରକାଶିତ ହୋଇସାରିଛି। ଏଥିପାଇଁ ଅନେକ ପୁରସ୍କାର ମଧ୍ୟ ଜିଣିଛନ୍ତି ଶିଭନ।

LEAVE A REPLY

Please enter your comment!
Please enter your name here