ଓଡ଼ିଶାଲାଇଭ୍ ବ୍ୟୁରୋ


ପବନହଂସ ହେଲିକପ୍ଟରଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୭ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ପବନହଂସର ଡାଓଫିନ୍ ଏନ-୨ ହେଲିକାପ୍ଟରଟି ସକାଳ ସକାଳ ୧୦.୩୦ରୁ ଜୁହୁ ଏୟାରପୋର୍ଟରୁ ଉଡାଣ ଭରିଥିଲା। କିଛି ସମୟ ପରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ହେଲିକପ୍ଟରଟି ବମ୍ବେ ଏୟାରପୋର୍ଟରେ ସକାଳ ୧୧ଟାବେଳେ ପହଞ୍ଚିବାର ଥିଲା।

ସଠିକ୍ ସମୟରେ ପହଞ୍ଚିବାରେ ବିଳମ୍ବ ହେବାରୁ ନୌସେନା ଓ କୋଷ୍ଟଗାର୍ଡ ପକ୍ଷରୁ ଖୋଜା ଆରମ୍ଭ କରାଯାଇଥିଲା। ବହୁ ଖୋଜାଖୋଜି ପରେ ମୁମ୍ବାଇର ସମୁଦ୍ର ଉପକୂଳଠାରୁ ୨୨ କିଲୋମିଟର ଦୂରରେ ହେଲିକାପ୍ଟରର ଭଗ୍ନାଶଂ ମିଳିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୪ଟି ଶବର ସନ୍ଧାନ ମିଳିଥିବାବେଳେ ବାକି ୩ ଜଣଙ୍କର କୌଣସି ସନ୍ଧାନ ମିଳିପାରିନାହିଁ।

Comment