ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭାରତୀୟ ଦଳ ମାତ୍ର ୧୫୧ ରନରେ ଅଲଆଉଟ୍
  • ଲଗାତାର ୧୦ଟି ଟେଷ୍ଟ୍ ସିରିଜ୍ ଜିତିବାର ସ୍ଵପ୍ନ ଚୁରମାର୍
  • ଦକ୍ଷିଣ ଆଫ୍ରିକାର ଲୁଙ୍ଗ୍ ଏନଗିଡି ଘଟାଇଲେ ବିପର୍ଯ୍ୟୟ

ସେଞ୍ଚୁରିଆନ୍ ଟେଷ୍ଟରେ ଦକ୍ଷିଣ ଆଫ୍ରିକାଠାରୁ ୧୩୫ ରନରେ ଲଜ୍ଜାଜନକ ପରାଜୟ ବରଣ କରିଛି ଭାରତ। ଏଥିସହ ୩ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜରେ ଭାରତୀୟ ଦଳ ଦ୍ଵିତୀୟ ପରାଜୟ ଭୋଗି ସିରିଜ୍ ହାତଛଡା କରିଛି। ଭାରତୀୟ ଦଳ ଲଗାତାର ୧୦ଟି ଟେଷ୍ଟ୍ ସିରିଜ୍ ଜିତିବାର ସ୍ଵପ୍ନ ମଧ୍ୟ ଚୁରମାର୍ ହୋଇଯାଇଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଇନିଂଶରେ ୩୩୫ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଭାରତୀୟ ଦଳ ପ୍ରଥମ ଇନିଂଶରେ ୩୦୭ ରେ ଅଲ୍ଆଉଟ୍ ହୋଇଯାଇଥିଲା। ୨୮ ରନରେ ଆଗୁଆ ଥିବା ଦକ୍ଷିଣ ଆଫ୍ରିକା ଦଳ ଦ୍ଵିତୀୟ ଇଂନିଶରେ ୨୫୮ ରନ କରିପାରିଥିଲା। ଭାରତୀୟ ଦଳକୁ ୨୮୭ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଏହାର ଜବାବରେ  ଭାରତୀୟ ଦଳ ମାତ୍ର ୧୫୧ ରନରେ ଅଲଆଉଟ୍ ହୋଇଯାଇଥିଲା।

ଭାରତୀୟ ଦଳ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୪୭ ରନ କରିଥିବାବେଳେ ମହମ୍ମଦ ଶାମି ୨୮ରନର ପାଳି ଖେଳିଥିଲେ। ପାର୍ଥିବ ପଟେଲ ଓ ଚେତେଶ୍ଵର ପୂଜାରା ଯଥାକ୍ରମେ ୧୯-୧୯ ରନ୍ ସ୍କୋର କରିଥିଲେ। ବାକି ୬ ଜଣ ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ବିଶିଷ୍ଟ ଅଙ୍କ ବିଶିଷ୍ଟ ସ୍କୋର ମଧ୍ୟ ଛୁଇଁ ପାରିନଥିଲେ।

ଦକ୍ଷିଣ ଆଫ୍ରିକାର ପକ୍ଷରୁ ଡେବ୍ୟୁ ମ୍ୟାଚ୍ ଖେଳୁଥିବା ୨୧ ବର୍ଷୀୟ ଲୁଙ୍ଗ୍ ଏନଗିଡି ୬ ଜଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ବିପର୍ଯ୍ୟୟ ଘଟାଇଥିଲେ।

ଦୁଇ ଦେଶ ମଧ୍ୟରେ ତୃତୀୟ ତଥା ଶେଷ ଟେଷ୍ଟ୍ ଆସନ୍ତା ୨୪ ତାରିଖରେ କେପଟାଉନରେ ଖେଳାଯିବ।

Comment