ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ-୧୧ ପାଇଁ ନିଲାମୀ ଆରମ୍ଭ ହୋଇଯାଇଛି । ପୁଣିଥିରେ ଆଇପିଏଲରେ ଜଲ୍‌ବା ଦେଖାଇଛନ୍ତି ଇଂଲଣ୍ଡର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍‌। ବାଙ୍ଗାଲୋର ଠାରେ ଆରମ୍ଭ ହୋଇଥିବା ନିଲମୀର ପ୍ରଥମ ସେସନରେ ବେନ୍‌ ଷ୍ଟୋକ୍‌ ୧୨.୫୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି। ରାଜସ୍ଥାନ ରୟାଲ୍ସ ତାଙ୍କୁ ୧୨ କୋଟି ୫୦ ଲକ୍ଷ ଟଙ୍କାରେ କିଣିଛି। ୪ କୋଟି ଟଙ୍କାରେ ଅଜିଙ୍କେ  ରାହାଣେଙ୍କୁ ରାଜସ୍ଥାନ ରୟାଲ୍ସ ନିଜ ଟିମ୍‌ରେ ରଖିଛି।

ସେହିପରି ୯ କୋଟି ୪୦ ଲକ୍ଷ ଟଙ୍କାରେ ମିଚେଲ୍‌ ଷ୍ଟାର୍କଙ୍କୁ କୋଲକାତା କିଣିଛି। ୭ କୋଟି ୬୦ ଲକ୍ଷ ଟଙ୍କାରେ ଅଶ୍ୱିନଙ୍କୁ କିଙ୍କ୍ସ ଇଲେଭେନ୍‌ ପଞ୍ଜାବ କିଣିଛି।

ଶିଖର ଧାଓନଙ୍କୁ ସନରାଇଜର୍ସ ଟିମ୍ ୫.୨ କୋଟି ଟଙ୍କାରେ କିଣିଛି। ସେହିପରି ଗ୍ଲେନ୍ ମାକ୍ସୱେଲଙ୍କୁ ୯ କୋଟି ଟଙ୍କାରେ କିଣିଛି ଦିଲ୍ଲୀ ଡେୟାର୍ ଡେଭିଲ୍ସ।

ୱେଷ୍ଟଇଣ୍ଡିଜ୍ ଖେଳାଳି ଡ୍ବେନ୍ ବ୍ରାଭୋଙ୍କୁ ୬.୪ କେଟିରେ କିଣଛି ଚେନ୍ନାଇ ସୁପର୍ କିଙ୍ଗ୍ସ କିଣିଛି।

Comment