ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁନିଅର୍ କ୍ରିକେଟ୍ ବିଶ୍ଵକପ୍‌ରେ ମେନ ଇନ ବ୍ଲୁର କମାଲ୍। ସେମିଫାଇନାଲରେ ପାକିସ୍ଥାନକୁ ହରାଇ ୭ ତମ ଥର ପାଇଁ ଏହି କ୍ରିକେଟ୍‌ ମହାସମରର ଫାଇନାଲରେ ପହଞ୍ଚିଛି ଭାରତୀୟ ଦଳ।

ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୨୦୩ ରନରେ ହରାଇ ଜୁନିୟର ବିଶ୍ୱକପର ପାଇନାଲରେ ପ୍ରବେଶ କରିଛି ଭାରତ।

ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୨୭୨ରନ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ଥାନ ମାତ୍ର ୬୮ ରନ କରିବାକୁ ସକ୍ଷମ ହୋଇଥିଲା। ଶୁଭମାନ ଗିଲଙ୍କ ଶତକ ପରେ ଭାରତୀୟ ବୋଲରମାନଙ୍କ ଶାନଦାର ପ୍ରଦର୍ଶନ ବଳରେ ପାକିସ୍ତାନ ଆଣ୍ଠେଇ ପଡ଼ିଥିଲା।

ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଫାଇନାଲରେ କଡା ମୁକାବିଲା ଦେଖିବାକୁ ମିଳିବ। ପୂର୍ବରୁ ଟିମ ଇଣ୍ଡିଆ ତିନିଥର ଟ୍ରଫି ଜିତିସାରିଛି। ଜୁନିୟର ବିଶ୍ୱକପରେ ଭାରତର ୬ଥର ଫାଇନାଲରେ ମଧ୍ୟ ପହଞ୍ଚିସାରିଛି। ଗତବର୍ଷ ମଧ୍ୟ ଭାରତ ଫାଇନାଲ ଖେଳିଥିଲା ମେନ ଇନ ବ୍ଲୁ। ଫେବୃୟାରୀ ୩ରେ ଭାରତୀୟ ସମୟ ସକାଳ ୬.୩୦ରେ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖେଳାଯିବ।

ପାକିସ୍ତାନ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗିଦେଇଥିଲେ ଭାରତୀୟ ବୋଲର। ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କ ପାଇଁ ଘାତକ ସାଜିଥିଲେ ଇଶାନ ପୋରେଲ। ଶିବ ସିଂହ, ରିୟାନଙ୍କ ସ୍ପିନ ପାକିସ୍ତାନ ପାଇଁ ମୁଣ୍ଡବ୍ୟଥା ବଢାଇଦେଇଥିଲା। ଏମାନେ ଦୁଇଟି ଲେଖାଏଁ ୱିକେଟ ନେଇ ପାକିସ୍ତାନ ଦଳ ପାଇଁ କାଳ ସାଜିଥିଲେ।

୨୭୩ ରନର ଟାର୍ଗେଟକୁ ପିଛା କରି ପ୍ରାରମ୍ଭରୁ ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ଭାରତର ଉଦୀୟମାନ ବୋଲର ଇଶାନ ପୋରେଲ ୪ଟି ୱିକେଟ ନେଇଥିଲେ। ଚତୁର୍ଥ ଓଭରରେ ଇଶାନ ପାକିସ୍ତାନର ପ୍ରଥମ ୱିକେଟର ପତନ କରାଇଥିଲେ। ପରେ ଷଷ୍ଠ, ଅଷ୍ଟମ ଓ ୧୨ ତମ ଓଭରରେ ସେ ୱିକେଟ ନେବାକୁ ସକ୍ଷମ ହୋଇଥିଲେ। ଇମ୍ରାନ ଶାହ, ମହମ୍ମଦ ଜୈଦ, ଅଲ୍ଲୀ ଜାରିବ,ଅମଦ ଆଲାମଙ୍କ ପାଇଁ ଘାତକ ସାଜିଥିଲେ।

ଶୁଭମ ଗିଲ ୯୪ ବଲରୁ ଶାନଦାର ୧୦୨ ରନ କରିଥିଲେ। ସେ ଗୋଟିଏ ଇନିଂସରେ ସାତଟି ଚୌକା ମାରି ଶତକ କରିଥିଲେ। ଅଧିନାୟକ ପୃଥ୍ୱୀ ଶା ଓ ମନଜ୍ୟୋତ ଆରମ୍ଭରୁ ଭଲ ପାଳି ଆରମ୍ଭ କରିଥିଲେ। ଓପନିଂ ଯୋଡିଙ୍କ ୮୯ରନ ଭାଗିଦାରୀ ଫଳରେ ଭାରତ ଦୃଢ ସ୍ଥିତିରେ ପହଞ୍ଚିପାରିଥିଲା।

ନ୍ୟୁଜିଲାଣ୍ଡରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି। ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି।

Comment