ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଜେଟ୍‌ରେ ଆସିଛି ଖୁସି ଖବର। ପେଟ୍ରୋଲ ଓ ଡିଜେଲ୍‌ ଦର ଲିଟର ପିଛା ୨ ଟଙ୍କା ହ୍ରାସ କରାଯାଇଛି।

ବଜେଟ୍‌ରେ ପେଟ୍ରୋଲ୍ ଓ ଡିଜେଲ୍‌ ଦର ଉପରେ ରୋକ୍ ଲଗାଯାଇଛି। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨ ଟଙ୍କା ହ୍ରାସ କରାଯାଇଛି। ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି।

ପୂର୍ବରୁ ଅଣବ୍ରାଣ୍ଡେଡ୍‌ ପେଟ୍ରୋଲ୍ ଲିଟର ପ୍ରତି ଉତ୍ପାଦ ଶୁଳ୍କ ୬.୪୮ ପ୍ରତିଶତ ଥିବା ବେଳେ ଏବେ ଏହାକୁ ହ୍ରାସ କରାଯାଇଛି। ବ୍ରାଣ୍ଡେଡ୍ ଲିଟର ପ୍ରତି ୭.୬୬ ପ୍ରତିଶତ ଥିବା ବେଳେ ଏବେ ଏହାକୁ ୫.୬୬ ପ୍ରତିଶତକୁ ହ୍ରାସ କରାଯାଇଛି।

ଅଣବ୍ରାଣ୍ଡେଡ ଡିଜେଲ ଲିଟର ପ୍ରତି ୮.୩୩ ପ୍ରତିଶତ ଥିବା ବେଳେ ଏବେ ଏହା ୬.୩୩ ପ୍ରତିଶତ କମିଛି। ବ୍ରାଣ୍ଡେଡ ଡିଜେଲ୍ ଲିଟର ୧୦.୬୯ ପ୍ରତିଶତ ଥିବା ବେଳେ ଏହା ୮.୬୯ ପ୍ରତିଶତ କରିଦିଆଯାଇଛି।

ବର୍ତ୍ତମାନ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପ୍ରତି ୬୮.୮୫ ଟଙ୍କା ରହିଛି। ମୁମ୍ବାଇରେ ୮୦ ଟଙ୍କା ରହିଛି।

LEAVE A REPLY

Please enter your comment!
Please enter your name here