ଓଡ଼ିଶାଲାଇଭ୍ ବ୍ୟୁରୋ
୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ୍ ଟାଇଟଲ୍ ହାତେଇଛି ଭାରତ। ଫାଇନାଲରେ ଅଷ୍ଟ୍ରେଲିଆକୁ ୮ ୱିକେଟ୍ରେ ପରାସ୍ତ କରି ଭାରତ ଚତୁର୍ଥ ଥର ପାଇଁ ବିଶ୍ୱବିଜୟୀ ମୁକୁଟ ପିନ୍ଧିଛି।
ନ୍ୟୁଜିଲାଣ୍ଡର ମାଉଣ୍ଟ ମୌଙ୍ଗାନୁଇରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ ୮ ୱିକେଟ୍ରେ ପରାସ୍ତ କରିଛି।
ଫାଇନାଲ ମ୍ୟାଚରେ କଙ୍ଗାରୁ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୧୬ ରନରେ ଅଲଆଉଟ୍ ହୋଇଯାଇଥିଲା।
୨୧୭ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦୃଢତାର ସହ ଖେଳ ଆରମ୍ଭ କରିଥିଲା ଭାରତ। ଭାରତ ପକ୍ଷରୁ ମନଜୋତ୍ଙ୍କ ଶତକ ବଳରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୮ ୱିକେଟ୍ରେ ପରାସ୍ତ କରିଛି।
ମନଜୋତ୍ କାଲରା ୧୦୧ଟି ବଲ୍ରୁ ଶତକ ହାସଲ କରି ଅପରାଜିତ ବଳରେ ୩୮.୫ ଓଭରରେ ଟିମ୍ ଇଣ୍ଡିଆ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଥିଲା। ଭାରତ ପକ୍ଷରୁ ଅଧିନାୟକ ପୃଥୀ ଶ ୨୯ ଓ ଗିଲ୍ ୩୧ ରନ୍ କରି ଆଉଟ୍ ହୋଇଥିଲେ।
ଭାରତୀୟ ବୋଲରଙ୍କ ଆକର୍ଷଣୀୟ ବୋଲିଂକୁ ସାମ୍ନା କରିନପାରି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ସହଜରେ ଆଉଟ୍ ହୋଇଯାଇଥିଲେ। ଭାରତର ଇଶାନ ପୋରେଲ, ଶିବା ସିଂ, କମଲେଶ ନଗରକୋଟି ଓ ଅନୁକୁଲ ରୟଙ୍କୁ ଦୁଇଟି ଲେଖାଏଁ ୱିକେଟ୍ ମିଳିଥିବା ବେଳେ ଶିବମ ମାଭିଙ୍କୁ ଗୋଟିଏ ୱିକେଟ୍ ମିଳିଛି। ଭାରତ ଚତୁର୍ଥଥର ପାଇଁ ଏହି ଟାଇଟେଲ୍ ହାସଲ କରିଛି।