ଓଡ଼ିଶାଲାଇଭ୍ ବ୍ୟୁରୋ

ଫେବ୍ରୁଆରି ୨୪ ରେ ହେବ ବିଜେପୁର ଉପନିର୍ବାଚନ। ଏହାକୁ ନେଇ ରାଜ୍ୟ ରାଜନୀତି ପୁରା ସରଗରମ। ରାଜ୍ୟ ନେତାଙ୍କ ସମସ୍ତ ଫୋକସ୍‌ ଏବେ ବିଜେପୁର ଉପରେ।

ସମଗ୍ର ରାଜ୍ୟରେ ରାଜନୀତି ପାଣିପାଗ ବେଶ୍ ସରଗରମ। ବିଜେପୁରରେ ହେବ ଉପ-ନିର୍ବାଚନ। ୩ଟି ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ପାର୍ଥୀ ଘୋଷଣା ସରିଛି। ନାମାଙ୍କନ ବି ଦାଖଲ ସରିଛି। ଏବେ ପ୍ରଚାର ମଇଦାନରେ କସରତ ଆରମ୍ଭ କରିବାକୁ ସଜବାଜ ହେଉଛନ୍ତି ତିନିଦଳ କଂଗ୍ରେସ, ବିଜେପି ଓ କଂଗ୍ରେସ।

ବିଜେପୁର ଉପନିର୍ବଚନ ପାଇଁ ତିନିଦଳ କଂଗ୍ରେସ, ବିଜେପି ଓ ବିଜେଡି ମଧ୍ୟରେ କସରତ ଜାରି ରହିଛି। ବିଜେପି ପକ୍ଷରୁ ଆଶୋକ ପାଣିଗ୍ରାହୀ, ବିଜେଡ଼ିର ରୀତା ସାହୁ, କଂଗେସର ପ୍ରଣୟ ସାହୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏପିଆଇରୁ ପୂର୍ଣ୍ଣଚନ୍ଦ୍ର ପାଇକ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଅନ୍ୟ ତିନି ଜଣ ନୂଆ ମୁହଁ ସ୍ଵାଧୀନ ଭାବେ ବିଜେପୁର ଗଡ ଜିତିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବିଜେଡି ଓ ବିଜେପି ପାଇଁ ବିଜେପୁର ନିର୍ବାଚନ ସମ୍ମାନର ଲଢେଇ ପାଲଟିଥିବା ବେଳେ କଂଗ୍ରେସ ପାଇଁ ଗଡ ରକ୍ଷା କରିବା ପାଲଟିବ ସବୁଠାରୁ ବଡ ଚ୍ୟାଲେଞ୍ଜ।

ମୋଟ ଉପରେ କହିବାକୁ ଗଲେ ବିଜେପୁରରେ ତ୍ରିମୁଖୀ ପ୍ରତିଦ୍ଵନ୍ଦିତା ହେବ। ଏହା ପୂର୍ବରୁ ବିଜେପୁର ଉପନିର୍ବାଚନକୁ କଳ ବଳ କୌଶଳେ ହାତେଇବାର ଲକ୍ଷ୍ୟ ରଖିଛନ୍ତି ତିନିଦଳ। ପ୍ରାର୍ଥୀପତ୍ର ଦାଖଲ ସରିଯିବା ପରେ ଏବେ ଚିନ୍ତା ପ୍ରଚାର ମଇଦାନ। କେମିତି ହେବ ପ୍ରଚାର ତାହାକୁ ନେଇ ତିନି ଦଳ ମଧ୍ୟରେ ହେବ ପ୍ରତିଯୋଗିତା।

ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଅର୍ଥାତ୍ ମଙ୍ଗଳବାର ଦିନ ବିଜେପି ପକ୍ଷରୁ ପ୍ରଚାର ମଇଦାନରେ କିଏ ଓହ୍ଲାଇବ ତାହାକୁ ନେଇ ତର୍ଜମା କରାଯାଇଥିଲା।

ପ୍ରାଥମିକ ଭାବେ ଦଳ କେନ୍ଦ୍ରର ୫ ହେବିୱେଟ୍ ନେତାକୁ ପ୍ରଚାର ମଇଦାନକୁ ଆଣିବା ପାଇଁ ଯୋଜନା ଚଳାଇଛି।

ଏହି ୫ ଜଣ ହେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ, କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହ ଓ ସ୍ମୃତି ଇରାନୀ, ରାମଗୋପାଲ ଯାଦବ, ସନ୍ତୋଷ ଗଙ୍ଗୱାର୍ ବିଜେପୁର ଆସିବାର କାର୍ଯ୍ୟକ୍ରମ ରହିଛି।

ବିଜେଡି ଓ କଂଗ୍ରେସ ଦଳ ପକ୍ଷରୁ ପ୍ରଚାର ମଇଦାନରେ କିଏ ଓହ୍ଲାଇବ ସେନେଇ ଘୋଷଣା କରାଯାଇନାହିଁ।

LEAVE A REPLY

Please enter your comment!
Please enter your name here