ଓଡ଼ିଶାଲାଇଭ୍‌ ବ୍ୟୁରୋ

ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ ଗୁରୁବାର ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ଏଥିପାଇଁ ଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ନେପାଳ ରାଜା ପୁରୀର ସାକ୍ଷୀଗୋପାଳ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ କରିଥିଲେ।

ଭାରତ ଓ ନେପାଳ ଭିତରେ ସମ୍ପର୍କ ସବୁବେଳେ ଅତୁଟ ରହୁ। ସାରା ବିଶ୍ୱରେ ଶାନ୍ତି ବଜାୟ ରହୁ। ସମସ୍ତେ ଭଲରେ ରୁହନ୍ତୁ । ଏଥିପାଇଁ ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ପ୍ରାର୍ଥନା କରିଛି ବୋଲି ନେପାଳ ରାଜା କହିଛନ୍ତି।

ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ ଶୁକ୍ରବାର ପୁରୀଠାରେ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପଟ୍ଟାଭିଷେକର ୨୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବେ।

ଶ୍ରୀମନ୍ଦିର ସହ ନେପାଳ ରାଜାଙ୍କର ନିବିଡ଼ ସମ୍ପର୍କ ରହିଛି। ଆସନ୍ତା ୧୧ ତାରିଖରେ ସେ ରତ୍ନ ସିଂହାସନରେ ଚଢ଼ି ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରିବେ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ୭ ତାରିଖରେ ସେ ଭୁ୍ବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ଜଟଣୀ ଗଡ଼ରଥୀପୁରକୁ ପାଛୋଟି ନିଆଯାଇଥିଲା। ସେଠାରେ ସେ ଗୋ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିଲେ। ୮ ତାରିଖରେ ସେ ଲିଙ୍ଗରାଜ ଏବଂ ସାକ୍ଷୀଗୋପାଳ ମନ୍ଦିରକୁ ଯାଇ ଦର୍ଶନ କରିବେ। ତାଙ୍କୁ ସରକାର ରାଜ୍ୟ ଅତିଥି ଭାବେ ଘୋଷଣା କରିଛନ୍ତି।

Comment