ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡ ନାୟିକା ରୀୟା ଦେ ବହୁଦିନ ପରେ ପୁଣି ପରଦା ଉପରେ ନଜର ଆସିବାକୁ ଯାଉଛନ୍ତି। ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ‘ଯୋଉଠି ଥିଲେ ବି ତୁ ମୋର’ ସିନେମାର ସୁଟିଂ ଆରମ୍ଭ କରିଛନ୍ତି ରୀୟା।

ଓଲିଉଡ଼୍ ସୁନ୍ଦରୀ ରୀୟା ଦେ ବେଶ୍ କିଛି ଦିନ ଧରି ନୀରବି ଯାଇଥିଲେ। ଏହି କାରଣରୁ ଗତବର୍ଷ ରୀୟାଙ୍କୁ କେବଳ ଗୋଟିଏ ଓଡ଼ିଆ ସିନେମା ‘କଥା ଦେଲି ମଥା ଛୁଇଁ’ ରିଲିଜ୍ ହୋଇଥିଲା। ଠିକ୍ ସେହିପରି ୨୦୧୭ରେ ସେ କେବଳ ଗୋଟିଏ ସିନେମା ‘ଦିୱାନା ହେଲି ତୋ’ ପାଇଁ’ ରେ ସୁଟିଂ କରିଥିଲେ।

ଏବର୍ଷ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ‘ଯୋଉଠି ଥିଲେ ବି ତୁ ମୋର’ ଏକ ନୂଆ ସିନେମାର ସୁଟିଂ ଆରମ୍ଭ କରିଛନ୍ତି ରୀୟା। ଏହି ସିନେମାରେ ତାଙ୍କର ହିରୋ ଅଛନ୍ତି ସମ୍ବିତ୍ ଓ ଆର୍ଯ୍ୟନ୍ ଦାଶ କୁମାର। ଉଭୟ ନାୟକଙ୍କ ସହିତ ଏହା ରୀୟାଙ୍କର ପ୍ରଥମ ସିନେମା।

ରୀୟାଙ୍କର ନୀରବତାକୁ ନେଇ ନାନା କଥା ଶିଣିବାକୁ ମିଳିଥିଲା। କେହି କେହି ଆଶଙ୍କା କରୁଥିଲେ ବୋଧହୁଏ ରୀୟାଙ୍କ ଚାହିଦା ହ୍ରାସ ପାଇଯାଇଛି। ଆଉ କେହି ମନେ କରୁଥିଲେ ବୋଧହୁଏ ଅନ୍ୟ କିଛି ଯୋଜନାରେ ଅଛନ୍ତି ଏହି ଓଲିଉଡ଼ ନାୟିକା। ଇତିମଧ୍ୟରେ  ରୀୟା ତାଙ୍କ ନୂଆ ସିନେମା ‘ଯେଉଁଠି ଥିଲେ ବି’ ରୁ ସୁଟିଂ ଜାରି ରଖିଛନ୍ତି।

ରୀୟା ଓଲିଉଡ଼ର ଜଣେ ଆଗଧାଡ଼ିର ନାୟିକା ତାହା ଅସ୍ଵୀକାର କରାନଯାଇପାରେ। ସେ ୨୦୧୦ ରେ ରିଲିଜ୍ ହୋଇଥିବା ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ପ୍ରେମ ଅଢ଼େଇ ଅକ୍ଷର’ ଜରିଆରେ ପାଦ ଦେଇଥିଲେ ଓଲିଉଡରେ। ଏହି ଫିଲ୍ମରେ ଷ୍ଟାରସନ୍ ବାବୁସାନ୍ ବନିଥିଲେ ରୀୟାଙ୍କ ନାୟକ।

ଏହାପରେ ରୀୟା ପ୍ରତିବର୍ଷ ୨ ରୁ ୩ ସିନେମାରେ ନଜର ଆସିଛନ୍ତି। ତାଙ୍କ ଅଭିନୀତ ଅନ୍ୟ ସିନେମା ଭିତରେ ରହିଛି ‘ଲଭ୍ ମାଷ୍ଟର’, ‘ତୁ ମୋ ଦେହର ଛାଇ, ‘ଗୋଲାପି ଗୋଲାପି’, ‘ପାଗଳ କରିଛୁ ତୁ’, କଲେଜ୍ ଟାଇମ୍’, ‘କଥା ଦେଲି ମଥା ଛୁଇଁ’ ‘ହରି ଓଁ ହରି’, ‘କ୍ରିମିନାଲ୍’, ‘ତୁ ଯେ ସେଇ’,’ରଘୁପତି ରାଘବ ରାଜା ରାମ୍’ ଓ ‘ଇଡିୟଟ୍’ ଆଦି ସିନେମାରେ ନଜର ଆସିଛନ୍ତି।

ରୀୟା ଇତିମଧ୍ୟରେ ଓଲିଉଡର ଅଧିକାଂଶ ଟପ୍ ହିରୋଙ୍କ ସ୍କ୍ରିନ୍ ସେଆର କରିସାରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ସବ୍ୟସାଚୀ, ଅରିନ୍ଦମ୍, ଅମ୍ଳାନ, ଆକାଶ ଓ ଅଭିଷେକ ପ୍ରମୁଖ। ଖାଲି ସେତିକି ନୁହେଁ ରୀୟା ଓଲିଉଡର ଟପ୍ ଡିରେକ୍ଟର ସୁଧାଂଶୁ ମୋହନ ସାହୁ, ଅଶୋକ ପତି, ସୁଧାକର ବସନ୍ତ, ହିମାଂଶୁ ପରିଜା, ଦିଲ୍ଲୀପ ପଣ୍ଡା, ସୁଶାନ୍ତ  ମଣିଙ୍କ ନିର୍ଦ୍ଦେଶନାରେ କାମ କରିସାରିଲେଣି।

ରୀୟା ଜଣେ ଚୁଲବୁଲି ନାୟିକା ଭାବେ ପରିଚିତ। ସେ ତାଙ୍କର ସମସାମୟିକ ନାୟିକାଙ୍କଠୁ ଢେର ଆଗରେ। ୨୦୧୮ରେ ଅନ୍ତତଃ ପକ୍ଷେ ତାଙ୍କୁ ଦୁଇଟି ଓଡ଼ିଆ ଛବିରେ ଦେଖିବାକୁ ପାଇବେ ଦର୍ଶକ। ଏଥିମଧ୍ୟରୁ ଗୋଟିଏ ହେଲା ଅଶୋକ କୁମାର ଦାସଙ୍କ ପ୍ରଯୋଜିତ ତଥା ଶ୍ରୀତମ ଦାସଙ୍କ ନିର୍ଦ୍ଦେଶିତ ‘ଦିୱାନା ହେଲି ତୋରି ପାଇଁ’ ରେ ରୀୟା ଦେଙ୍କ ଅପୋଜିଟରେ ଅଛନ୍ତି ଜଣେ ନବାଗତ ମୁନା । ଏହାଛଡ଼ା ଏହି ସିନେମାରେ ସିଦ୍ଧାନ୍ତ, ଉସଷୀ ମିଶ୍ର, ଶ୍ରୀତମ ଦାସ, ଅମର, ଗୁଡ଼ୁ ଓ ପପୁ ପମପମ୍ ପ୍ରମୁଖ ଅଛନ୍ତି।

 

Comment