ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁମ୍ବାଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏକ ଶାଖାରେ ବଡ଼ ଠକେଇର ପର୍ଦ୍ଦାଫାଶ ହୋଇଛି। ୧୧ ହଜାର ୩୬୦ କୋଟି ଟଙ୍କାର ଠକେଇ ହୋଇଛି। ସେୟାର ବଜାର ପକ୍ଷରୁ ଏହି ସୂଚନା ଦିଆଯିବା ପରେ ଏହି ଠକେଇକୁ ଜାଲ ଟ୍ରାଞ୍ଜାକ୍ସନ ବୋଲି କୁହାଯାଉଛି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଏହି ଟ୍ରାଞ୍ଜାକ୍ସନ କିଛି ଆକାଉଣ୍ଟଧାରୀଙ୍କ ସହମତିରେ କରାଯାଇଛି। ତେବେ କେଉଁ ଆକାଉଣ୍ଟଧାରୀଙ୍କ ସହମତିରେ ଏସବୁ କାମ ହୋଇଛି ସେମାନଙ୍କ ନାଁ ବ୍ୟାଙ୍କ ପକ୍ଷରୁ କୁହାଯାଇ ନାହିଁ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ବଡ଼ ଧରଣର ଠକେଇ ପର୍ଦ୍ଦାଫାସ ହେବା ପରେ ସେୟାର ବଜାର ଉପରେ ପ୍ରଭାବ ପଡ଼ିଛି। ସକାଳ ୧୦ଟା ବେଳକୁ ପିଏନ୍‌ବିର ସେୟାର ୪.୧ ପ୍ରତିଶତ ହ୍ରାସ ପାଇଛି।

ଦେଶର ଦ୍ବିତୀୟ ବଡ଼ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଏହି ଘୋଟାଲାକୁ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଉଦବେଗ ପ୍ରକାଶ କରିଛି। ଏହି ଠକେଇ ଏକ ସ୍ପର୍ଶକାତର ବିଷୟ ହୋଇଥିବାରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଦେଶର ଅନ୍ୟ କୌଣସି ବ୍ୟାଙ୍କରେ ଏଭଳି ଠକେଇ ରୋକିବା ପାଇଁ ଅର୍ଥ ମନ୍ତ୍ରାଳୟ ସବୁ ବ୍ୟାଙ୍କକୁ ରିପୋର୍ଟ ତଲବ କରିଛନ୍ତି। ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Comment