ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ୨୪ ତାରିଖ ମଧ୍ୟରେ ଖାସ୍ ସମ୍ପର୍କ ରହିଛି। କେବଳ ଯେ ଏହି ତାରିଖରେ ସଚିନ୍ ଜନ୍ମଗ୍ରହଣ କରିଥିଲେ ତା’ନୁହେଁ ତାଙ୍କ କ୍ରିକେଟ୍‌ ଜୀବନର ବି ଅନେକ ସ୍ମରଣୀୟ ମୂହୁର୍ତ୍ତ ବି ୨୪ ତାରିଖରେ ଘଟିଛି।

୨୪ ଫେବ୍ରୁଆରି ୧୯୮୮

୩୦ବର୍ଷ ପୂର୍ବରୁ ଫେବ୍ରୁଆରି ୨୪ ତାରିଖ ତାରିଖ ଦିନ କୁନି ସଚିନ ଖବର ଶିରୋନାମାରେ ଥିଲେ। ପିଲାଦିନର ବନ୍ଧୁ ବିନୋଦ କାମ୍ବଲୀଙ୍କ ସହ ତୃତୀୟ ୱିକେଟ୍ ପାଇଁ ୬୬୪ରନର ପାର୍ଟନରସିପ୍ କରିଥିଲେ।

୨୪ ଫେବ୍ରୁଆରି ୨୦୧୦

ଗ୍ଵାଲିୟରର କ୍ୟାକପ୍ଟେନ୍ ରୂପ ସିଂହ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିରୋଧରେ ଐତିହାସିକ ୨୦୦ରନର ପାଳି ଖେଳିଥିଲେ ସଚିନ୍।

୨୪ ନଭେମ୍ବର ୧୯୮୯

ଏହି ଦିନ ସଚିନ୍ ମାତ୍ର ୧୬ବର୍ଷ ବୟସରେ ଟେଷ୍ଟ କ୍ରିକେଟରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଫଇସଲାବାଦରେ ପାକିସ୍ତାନ ବିରୋଧରେ ସେ ଏହି ସ୍କୋର କରିଥିଲେ।

ଆସନ୍ତୁ ଜାଣିବା ୨୪ ତାରିଖ ସହ ସଚିନ ତେନ୍ଦୁଲକରଙ୍କ ଆଉ କ’ଣ ରହିଛି ସମ୍ପର୍କ

  • ସଚିନଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ବି ୨୪ବର୍ଷ ଥିଲା(୧୯୮୯-୨୦୧୩)
  • ସଚିନ ୧୯୭୩ ଏପ୍ରିଲ୍ ୨୪ ଜନ୍ମଗ୍ରହଣ କରିଥିଲେ।
  • ତାଙ୍କ ବିବାହ ୧୯୯୫ ମସିହା ମେ ୨୪ରେ ହୋଇଥିଲା।
  • ପୁଅ ଅର୍ଜୁନ ତେନ୍ଦୁଲକର ୨୪ ଡିସେମ୍ବର ୧୯୯୯କୁ ଜନ୍ମଗ୍ରହଣ କରିଥିଲା।

LEAVE A REPLY

Please enter your comment!
Please enter your name here