ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇଦ୍ରାବାଦର ଅରୁଣା ବି ରେଡ୍ଡୀ ଜିମ୍ନାଷ୍ଟିକ୍ ବିଶ୍ୱକପରେ ଦେଶ ପାଇଁ ପ୍ରଥମ ପଦକ ଜିଣି ଦେଶକୁ ଗୌରାବାନିତ୍ଵ କରିଛନ୍ତି।

୨୨ ବର୍ଷୀୟ ଅରୁଣା ବି ରେଡ୍ଡୀ ବିଶ୍ୱକପ୍‌ରେ ବ୍ରୋଞ୍ଚ ପଦକ ଜିତି ଇତିହାସ ରଚିଛନ୍ତି। ବିଶ୍ୱକପ୍‌ରେ ପଦକ ବିଜୟ ଲାଭ କରିବାରେ ପ୍ରଥମ ଓ ଏକ ମାତ୍ର ଭାରତୀୟ ମହିଳା ହୋଇ ପାରିଛନ୍ତି ଅରୁଣା।

ମେଲବୋର୍ଣ୍ଣର ହିସେନ୍ସେରେ ୧୩.୬୪୯ ନମ୍ବର ପାଇଁ କାଂସ୍ୟ ପଦକ ଜିତିଛନ୍ତି। ସ୍ଲୋଭାନିଆର ଟିଜେସା କିସେଲ୍ଫ ୧୩.୮୦୦ ନମ୍ବର ପାଇ ସ୍ୱର୍ଣ୍ଣପଦକ, ଅଷ୍ଟ୍ରେଲିଆର ଏମିଲି ହ୍ଵାଇଟ୍‌ହେଡ ୧୩.୬୯୯ ନମ୍ବର ପାଇ ରୌପ୍ୟ ପଦକ ହାସଲ କରିଛନ୍ତି।

ଦୀପା କର୍ମାକର ୨୦୧୬ ରିଓ ଅଲମ୍ପିକରେ ମହିଳା ବୋଲ୍ଡ ବିଭାଗରେ ୪ର୍ଥ ସ୍ଥାନରେ ଥିଲେ। ସେ ଏସୀୟ ଚମ୍ପିଅନ୍‌ସିପ୍‌ ଓ ୨୦୧୪ ରାଷ୍ଟ୍ରମଣ୍ଡଳ ଖେଳରେ ବ୍ରୋଞ୍ଚ ପଦକ ଜିତି ଥିଲେ। କିନ୍ତୁ ସେ ବିଶ୍ୱକପ୍‌ ସ୍ତରରେ କୌଣସି ପଦକ ଜିତି ନାହାଁନ୍ତି।

LEAVE A REPLY

Please enter your comment!
Please enter your name here