ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୁଷ ଆଇପିଏଲ୍ କ୍ରିକେଟ୍ ଭଳି ମହିଳା କ୍ରିକେଟ ଦଳ ବି ଫଟାଫଟ୍ କ୍ରିକେଟ୍ ଖେଳିବାର ସମ୍ଭାବନା ରହିଛି।

୨୦୧୮  ଏପ୍ରିଲରେ ଆରମ୍ଭ ହେବ ଆଇପିଏଲ୍‌। ଏଥର ଫଟାଫଟ୍ କ୍ରିକେଟ୍‌ରେ ପୁରୁଷଙ୍କ ପରି ମହିଳାମାନେ ଅଂଶ ଗ୍ରହଣ କରିବାର ସମ୍ଭାବନା ରହିଛି।

ଯଦି ଠିକ୍‌ ସମୟରେ ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହୁଏ, ତାହାହେଲେ ମହିଳା ଆଇପିଏଲ୍‌ ଅନୁଷ୍ଠିତ ହୋଇପାରେ। ଏହି ମ୍ୟାଚ୍‌ ମୁମ୍ୱାଇ ଓ ପୁଣେରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ମହିଳା ଆଇପିଏଲ୍ ଆୟୋଜନ ପାଇଁ ବିସିସିଆଇ ଗମ୍ଭୀରତାର ସହ ଯୋଜନା କରୁଛି।

ମହିଳା କ୍ରିକେଟ୍‌ର ଉନ୍ନତି ପାଇଁ ଦେଇ କିଛି ପ୍ରଦର୍ଶନୀ ମ୍ୟାଚ ଆୟୋଜନ କରିବା ପାଇଁ ଗତବର୍ଷ ଅକ୍ଟୋବରରେ ଆଇପିଏଲ୍‌ ଗଭର୍ଣ୍ଣି କାଉନ୍‌ସିଲ୍‌ ପ୍ରସ୍ତାବ ଦେଇଥିଲା। ଏହାଛଡ଼ା ଜୁନିୟର ଖେଳାଳିଙ୍କ ପାଇଁ ସେହି ଢ଼ାଞ୍ଚାରେ ଏକ ଟୁର୍ଣ୍ଣାମେଣ୍ଟ କରିବାକୁ କହିଥିଲା।

“ମହିଳା ଆଇପିଏଲ୍‌ ମ୍ୟାଚ ଆୟୋଜନ କରିବା ନିଶ୍ଚିତ ଭଲ ଖବର। ଯଦି ଏହା ଏସମ୍ଭ ହୁଏ ତେବେ ନିଶ୍ଚିତ ଭାବେ ମହିଳା ଆପିଏଲ୍ ଆୟୋଜନ କରାଯିବ। ମାତ୍ର ମ୍ୟାଚ ଆୟୋଜନ ପୂର୍ବରୁ ଥିବା ସମସ୍ତ ସମସ୍ୟା ସମାଧାନ କରିବା ଜରୁରୀ”, କହିଛନ୍ତି ଭାରତର ପୂର୍ବତନ ଅଧିନାୟିକା ଡାଏନା ଏଡଲ୍ଡ।

“ଚଳିତବର୍ଷ ଆମେ ମହିଳା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ପ୍ରତିଜ୍ଞାବଦ୍ଧ। ଯଦି ଚଳିତବର୍ଷ ଆଇପିଏଲ୍‌ ଅବସରରେ କିଛି ମହିଳା ପ୍ରଦର୍ଶନୀ ମ୍ୟାଚ ଆୟୋଜନ କରୁ, ତାହାହେଲେ ମହିଳା ଆଇପିଏଲ୍‌ ମଧ୍ୟ ୨୦୧୮ରେ କରିବା ସମ୍ଭବ ହେବ”, କହିଛନ୍ତି କ୍ରିକେଟ୍‌ ପ୍ରଶାସନିକ କମିଟି(ସିଓଏ)ର ସଦସ୍ୟ ବିନୋଦ ରୟ।

LEAVE A REPLY

Please enter your comment!
Please enter your name here