ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତବର୍ଷ ଆଇପିଏଲ୍‌ ଡିଆରଏସ୍ ଲାଗୁ କରାଯିବା ନେଇ ବିସିସିଆଇ ସବୁଜ ସଂକେତ ଦେଇଛି।

ଆଇପିଏଲ୍‌ ୧୧ ତମ ସଂସ୍କରଣରେ ଡିଆର୍‌ଏସ୍‌(ଡିସିସନ୍ ରିଭ୍ୟୁ ସିଷ୍ଟମ୍) କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍‌ ବୋର୍ଡ( ବିସିସିଆଇ)। ଫଳରେ ଆଇପିଏଲ୍‌ ମ୍ୟାଚ୍‌ ବେଳେ ଖେଳାଳିମାନେ ଏହାର ବ୍ୟବହାର କରି ପାରିବେ।

“ଆଇପିଏଲରେ ଡିଆର୍ ଏସ୍ ଲାଗୁ କରିବାକୁ ବିସିସିଆଇ ଉତ୍ସୁକ ଅଛି। ଏହାଦ୍ଵାରା ଆଇପିଏଲର ଲୋକପ୍ରିୟତା ଆହୁରି ବଢ଼ିବା ସହ ନିଷ୍ପତ୍ତିରେ ସ୍ଵଚ୍ଛତା ଆସିବ।”, କହିଛନ୍ତି ବିସିସିଆଇର ଜଣେ କର୍ମକର୍ତ୍ତା।

ଆଇପିଏଲକୁ ନଜରରେ ରଖି ବିସିସିଆଇ ୨୦୧୭ ଡିସେମ୍ବରରେ ବିସିସିଆଇ ୧୦ ସ୍ଥାନୀୟ ଅମ୍ପାୟାରଙ୍କୁ ବିଶାଖାପାଟନାରେ ଆଇସିସି ଅମ୍ପାୟାର ପ୍ରଶିକ୍ଷକ ଡେନିସ୍‌ ବର୍ନସ ଏବଂ ଅମ୍ପାୟାର ପଲ୍‌ ରିଫିଲ୍‌ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

୨୦୧୬ରୁ ଭାରତ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଡିଆର୍‌ଏସ୍‌ର ବ୍ୟବହାର କରୁଛି। ଆଇପିଏଲ୍‌ରେ ଡିଆର୍‌ଏସ୍‌ ଲାଗୁ କରିବା ଲାଗି ବିସିସିଆଇ ୨୦୧୭ରୁ ପ୍ରସ୍ତୁତ ରହିଛି।

ଚଳିତବର୍ଷ ଆଇପିଏଲ୍ ୭ଏପ୍ରିଲ୍‌ରୁ ୨୭ ମେ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ବିଶ୍ବ କ୍ରିକେଟ୍ ବହୁ ଲୋକପ୍ରିୟ ଖେଳାଳି ଭାଗ ନେବେ।

LEAVE A REPLY

Please enter your comment!
Please enter your name here