ଓଡ଼ିଶାଲାଇଭ୍ ବ୍ୟୁରୋ
ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ହକି ବିଶ୍ୱକପ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ର ହକି ଗ୍ରାଉଣ୍ଡରେ ଖେଳାଯିବ। ୧୯ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଆୟୋଜକ ଭାରତ ସମେତ ବିଶ୍ୱର ଶ୍ରେଷ୍ଠ ୧୬ଟି ଦେଶ ଭାଗନେବେ।
ରାଜ୍ୟର ସବୁଠାରୁ ବଡ଼ କ୍ରୀଡ଼ା ମହୋତ୍ସବ ପୁରୁଷ ହକି ବିଶ୍ୱକପ୍ ଚଳିତବର୍ଷ ଓଡ଼ିଶା ମାଟିରେ ଆୟୋଜନ ହେବ। ଏହି ବିଶ୍ୱକପ୍ର ଖେଳସୂଚୀ ବୁଧବାର ଆନ୍ତର୍ଜାତିକ ହକି ମହାସଂଘ (ଏଫ୍ଆଇଏଚ୍) ଘୋଷଣା କରିଛି।
ନିକଟରେ ୫ ବର୍ଷ ଲାଗି ଓଡ଼ିଶା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ମଧ୍ୟ ହୋଇଥିଲା।
ଓଡ଼ିଶା ଏହି ବିଶ୍ୱକପ୍ର ଉଭୟ ଆୟୋଜକ ଓ ପ୍ରାୟୋଜକ ହୋଇଛି। ଘୋଷିତ ଖେଳସୂଚୀ ଅନୁସାରେ, ୧୬ଟି ପ୍ରତିଯୋଗୀ ଦଳଙ୍କୁ ୪ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି।
ଖେଳସୂଚୀ
ଗ୍ରୁପ୍ ‘ଏ’: ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ, ସ୍ପେନ୍ ଓ ଫ୍ରାନ୍ସ
ଗ୍ରୁପ୍ ‘ବି’: ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆୟରଲାଣ୍ଡ ଓ ଚୀନ
ଗ୍ରୁପ୍ ‘ସି’: ବେଲ୍ଜିୟମ୍, ଭାରତ, କାନାଡ଼ା ଓ ଦକ୍ଷିଣ ଆଫ୍ରିକା
ଗ୍ରୁପ୍ ‘ଡି’: ନେଦରଲାଣ୍ଡ୍ସ, ଜର୍ମାନୀ, ମାଲେସିଆ ଓ ପାକିସ୍ତାନ
ତାରିଖ ଗ୍ରୁପ୍ ସମୟ ମ୍ୟାଚ୍
୨୮।୧୧ ସି ସନ୍ଧ୍ୟା୫ଟା ବେଲ୍ଜିୟମ୍-କାନାଡ଼ା
୨୮।୧୧ ସି ସନ୍ଧ୍ୟା୭ଟା ଭାରତ-ଦକ୍ଷିଣ ଆଫ୍ରିକା
୨୯।୧୧ ଏ ସନ୍ଧ୍ୟା୫ଟା ଆର୍ଜେଣ୍ଟିନା-ସ୍ପେନ୍
୨୯।୧୧ ଏ ସନ୍ଧ୍ୟା୭ଟା ନ୍ୟୁଜିଲାଣ୍ଡ-ଫ୍ରାନ୍ସ
୩୦।୧୧ ବି ସନ୍ଧ୍ୟା୫ଟା ଅଷ୍ଟ୍ରେଲିଆ-ଆୟରଲାଣ୍ଡ
୩୦।୧୧ ବି ସନ୍ଧ୍ୟା୭ଟା ଇଂଲଣ୍ଡ-ଚୀନ୍
୦୧।୧୨ ଡି ସନ୍ଧ୍ୟା୫ଟା ନେଦରଲାଣ୍ଡ୍ସ-ମାଲେସିଆ
୦୧।୧୨ ଡି ସନ୍ଧ୍ୟା୭ଟା ଜର୍ମାନୀ-ପାକିସ୍ତାନ
୦୨।୧୨ ସି ସନ୍ଧ୍ୟା୫ଟା କାନାଡ଼ା-ଦକ୍ଷିଣ ଆଫ୍ରିକା
୦୨।୧୨ ସି ସନ୍ଧ୍ୟା୭ଟା ଭାରତ-ବେଲ୍ଜିୟମ୍
୦୩।୧୨ ଏ ସନ୍ଧ୍ୟା୫ଟା ସ୍ପେନ୍-ଫ୍ରାନ୍ସ
୦୩।୧୨ ଏ ସନ୍ଧ୍ୟା୭ଟା ନ୍ୟୁଜିଲାଣ୍ଡ-ଆର୍ଜେଣ୍ଟିନା
୦୪।୧୨ ବି ସନ୍ଧ୍ୟା୫ଟା ଇଂଲଣ୍ଡ-ଅଷ୍ଟ୍ରେଲିଆ
୦୪।୧୨ ବି ସନ୍ଧ୍ୟା୭ଟା ଆୟରଲାଣ୍ଡ-ଚୀନ୍
୦୫।୧୨ ଡି ସନ୍ଧ୍ୟା୫ଟା ଜର୍ମାନୀ-ନେଦରଲାଣ୍ଡ୍ସ
୦୫।୧୨ ଡି ସନ୍ଧ୍ୟା୭ଟା ମାଲେସିଆ-ପାକିସ୍ତାନ
୦୬।୧୨ ଏ ସନ୍ଧ୍ୟା୫ଟା ସ୍ପେନ୍-ନ୍ୟୁଜିଲାଣ୍ଡ
୦୬।୧୨ ଏ ସନ୍ଧ୍ୟା୭ଟା ଆର୍ଜେଣ୍ଟିନା-ଫ୍ରାନ୍ସ
୦୭।୧୨ ବି ସନ୍ଧ୍ୟା୫ଟା ଅଷ୍ଟ୍ରେଲିଆ-ଚୀନ୍
୦୭।୧୨ ବି ସନ୍ଧ୍ୟା୭ଟା ଆୟରଲାଣ୍ଡ-ଇଂଲଣ୍ଡ
୦୮।୧୨ ସି ସନ୍ଧ୍ୟା୫ଟା ବେଲ୍ଜିୟମ୍-ଦ.ଆଫ୍ରିକା
୦୮।୧୨ ସି ସନ୍ଧ୍ୟା୭ଟା କାନାଡ଼ା-ଭାରତ
୦୯।୧୨ ଡି ସନ୍ଧ୍ୟା୫ଟା ମାଲେସିଆ-ଜର୍ମାନୀ
୦୯।୧୨ ଡି ସନ୍ଧ୍ୟା୭ଟା ନେଦରଲାଣ୍ଡ୍ସ-ପାକିସ୍ତାନ
୧୦।୧୨ ଅପରାହ୍ନ୪.୪୫ କ୍ରସ୍-ଓଭର
୧୦।୧୨ ସନ୍ଧ୍ୟା୭ଟା କ୍ରସ୍-ଓଭର
୧୧।୧୨ ଅପରାହ୍ନ୪.୪୫ କ୍ରସ୍-ଓଭର
୧୧।୧୨ ସନ୍ଧ୍ୟା୭ଟା କ୍ରସ୍-ଓଭର
୧୨।୧୨ ଅପରାହ୍ନ୪.୪୫ କ୍ୱାର୍ଟରଫାଇନାଲ-୧
୧୨।୧୨ ସନ୍ଧ୍ୟା୭ଟା କ୍ୱାର୍ଟରଫାଇନାଲ-୨
୧୩।୧୨ ଅପରାହ୍ନ୪.୪୫ କ୍ୱାର୍ଟରଫାଇନାଲ-୩
୧୩।୧୨ ସନ୍ଧ୍ୟା୭.୪୫ କ୍ୱାର୍ଟରଫାଇନାଲ-୪
୧୫।୧୨ ଅପରାହ୍ନ୪ଟା ସେମିଫାଇନାଲ-୧
୧୫।୧୨ ସନ୍ଧ୍ୟା୬.୩୦ ସେମିଫାଇନାଲ-୨
୧୬।୧୨ ସନ୍ଧ୍ୟା୪.୩୦ ୩ୟ ସ୍ଥାନ ପାଇଁ ମ୍ୟାଚ୍
୧୬।୧୨ ସନ୍ଧ୍ୟା ୭ଟା ଫାଇନାଲ ମ୍ୟାଚ୍