ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିଆଲିଟି ସୋ’ରୁ ଫିଲ୍ମ ପରଦାରେ ଏଣ୍ଟ୍ରି କରିବା ସେତେଟା ସହଜ ନୁହେଁ। କିନ୍ତୁ ଓଲିଉଡରେ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଦକ୍ଷ ଅଭିନୟ ଦ୍ୱାରା ଫିଲ୍ମ ପରଦାରେ ଅଭିନେତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି।

ଓଲିଉଡ଼ରେ ଏବେ ବେଶ୍ କେତେ ଜଣ ନାୟିକା ବେଶ୍ ଚର୍ଚ୍ଚାରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଟ୍ୟାଲେଣ୍ଟ ହଣ୍ଟ୍ ବା ରିଆଲିଟି ସୋ’ ମାଧ୍ୟମରେ ସିଧାସଳଖ ଓଡ଼ିଆ ଫିଲ୍ମରେ ହିରୋଇନ୍ ହେବାର ସୌଭାଗ୍ୟପ୍ରାପ୍ତ କରିଛନ୍ତି। ଆସନ୍ତୁ ସେମାନଙ୍କ ସମ୍ପର୍କରେ ଜାଣିବା…

ଏଲିନା ସାମନ୍ତରାୟ

ତରଙ୍ଗ ଟିଭିରେ ପ୍ରସାରିତ ହୋଇଥିଲା ଏକ ନାୟିକା ଖୋଜା ଅଭିଯାନ ଉପରେ ଆଧାରିତ ସୋ’। ଏହାର ନାଁ ଥିଲା ‘କିଏ ହବ ମୋ ହିରୋଇନ୍’। ଏହି ରିଆଲିଟି ସୋ’ ମାଧ୍ୟମରେ ନିଜେ ଫିଲ୍ମର ନାୟକ ଅରିନ୍ଦମ୍ ନିଜର ନୂଆ ସିନେମା ‘ଇଷ୍କ ତୁ ହି ତୁ’ର ନାୟିକାଙ୍କୁ ମନୋନିତ କରିଥିଲେ। ‘କିଏ ହବ ମୋ ହିରୋଇନ’ର ପ୍ରଥମ ସିଜିନ୍‌ରେ ବିଜୟିନୀ ହୋଇଥିଲେ ଏଲିନା। ‘ଇଷ୍କ ତୁ ହି ତୁ’ ଜରିଆରେ ଓଲିଉଡ଼ରେ ଏଣ୍ଟ୍ରି ନେଇଥିବା ଏଲିନା ଆଜିକାର ଜଣେ ଟପ୍ ହିରୋଇନ୍। ସେ ଇତିମଧ୍ୟରେ ନଅଟି ଓଡ଼ିଆ ଛବି ‘ଇଷ୍କ ତୁ ହି ତୁ’, ‘କେହି ନୁହେଁ କାହାର’, ‘ଜଗା ହାତରେ ପଘା’, ‘ଲଭ୍ ଷ୍ଟେସନ’, ‘ଝିଅଟା ବିଗିଡିଗଲା’, ‘ଅଭୟ’, ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’, ‘କାବୁଲା ବାରବୁଲା’ ଓ ‘ହାପି ଲକି’ରେ ଅଭିନୟ କରିସାରିଲେଣି। ତାଙ୍କର ନୂଆ ସିନେମା ହେଲା ‘ଟୋକାଟା ଫସିଗଲା’।

ସୂରମୟୀ

ଏହି ଗ୍ଲାମରସ୍ ନାୟିକା ଜଣକ ସାର୍ଥକ ଟିଭିରେ ପ୍ରସାରିତ ଟ୍ୟାଲେଣ୍ଟ ହଣ୍ଟ୍ ସୋ’ ‘ମୁଁ ବି ହିରୋଇନ୍ ହେବି’ରେ ଟପ୍ ଫାଇନାଲିଷ୍ଟ୍ ହୋଇଥିଲେ। ଏହା ପରେ ସୂରମୟୀଙ୍କୁ ମିଳିଥିଲା ସାର୍ଥକ ମ୍ୟୁଜିକ୍ ନିବେଦିତ ତଥା ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ‘ଭଲ ପାଏ ତତେ ୧୦୦ରୁ ୧୦୦’। ଏହି ଫିଲ୍ମରେ ସୂରମୟୀଙ୍କୁ ବିପକ୍ଷରେ ନାୟକଥିଲେ ବାବୁସାନ୍। ଆଉ ଏକ ମ ଜା ଦାର କଥା ହେଲା ଯେ ସୂରମୟୀ ‘ମୁଁ ବି ହିରୋଇନ୍ ହେବି’ର ମଞ୍ଚରୁ ସିଧାସଳଖ ସୁଟିଂ ସେଟ୍‌କୁ ଯାଇଥିଲେ ଓ ‘ଭଲ ପାଏ ତତେ ୧୦୦ରୁ ୧୦୦’ର ସୁଟିଂରେ ଅଂଶଗ୍ରହଣ କରିଥିଲେ। ଏହି ସିନେମାରେ ସୂରମୟୀଙ୍କ ବ୍ୟତୀତ ଶୀତଲ ମଧ୍ୟ ଅଭିନୟ କରିଥିଲେ। ଏହା ପରେ ସୂରମୟୀଙ୍କୁ ‘ଆଖି ଖୋଲି ଦେଲେ ତୁ ହି ତୁ’ରେ ନାୟିକା ଭୂମିକାରେ ଦେଖିବାକୁ ପାଇଛନ୍ତି ସିନେପ୍ରେମୀ।

‘କିଏ ହବ ମୋ ହିରୋଇନ’ ରିଆଲିଟି ସୋ’ରେ ଅଂଶଗ୍ରହଣ କରିଥିବା ତମନ୍ନା, ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ଶୁଭ ଦୃଷ୍ଟିରେ ପଡ଼ିଥିଲେ। ସଞ୍ଜୟ ହିଁ ତାଙ୍କ ନିର୍ଦ୍ଦେଶିତ ‘ଜୋକର’ରେ ଲଞ୍ଚ୍ କରିଥିଲେ। ହେଲେ ପରେ ‘ଭାଇନା, କ’ଣ କଲାରେ’ ହୋଇଥିଲା ତମନ୍ନାଙ୍କର ପ୍ରଥମ ସିନେମା। ଏହା ପରେ ସେ ନିଝୁମ ରାତିର ସାଥୀ’ରେ ନଜର ଆସିଛନ୍ତି।

ସୁଶ୍ରୀ

ଠିକ୍ ସେହିପରି କିଏ ହବ ମୋ ହିରୋଇନ’ ରିଆଲିଟି ସୋ’ର ନାୟିକା ହେବାର ସୁଯୋଗ ପାଇଥିବା ଆଉ ଜଣେ ନାୟିକା ହେଲେ ସୁଶ୍ରୀ। ସେ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ “ହେଲୋ” ଫିଲ୍ମରେ ଓଲିଉଡ଼ରେ ଡେବ୍ୟୁ କରିଥିଲେ। ତାଙ୍କ ଅପକମିଂ ଫିଲ୍ମ ହେଲା- ବେଷ୍ଟ୍ ଅଫ୍ ଲକ୍।

ନିହାରୀକା: ଓଲିଉଡ଼ର ଓ୍ବାନ୍ ଫିଲ୍ମଓଣ୍ଡର ନାୟିକା ନିହାରୀକା ଦାଶ ବି ଏମିତି ଜଣେ ନାୟିକା ଯିଏ ବି ରିଆଲିଟି ସୋ ‘କିଏ ହବ ମୋ’ ହିରୋଇନ୍’ରୁ ତରଙ୍ଗ ସିନେ ପ୍ରଡକ୍ସନର। ‘ତୁ କହିବୁ ନା ମୁଁ’ରେ ଅମ୍ଳାନଙ୍କ ନାୟିକା ସାଜିଥିଲେ।

ଦେବସ୍ମିତା

ସାର୍ଥକ ଟିଭିରେ ପ୍ରସାରିତ ‘ମୁଁ ବି ହିରୋଇନ୍ ହେବି’ ଟ୍ୟାଲେଣ୍ଟ ସୋ’ରୁ ଦେବସ୍ମିତା ସୀତାରାମ ଅଗ୍ରଓ୍ବାଲଙ୍କ ପ୍ରଯୋଜିତ ‘ରଘୁପତି ରାଘବ ରାଜାରାମ’ରେ ନାୟକ ଦେବାଶିଷଙ୍କ ବିପକ୍ଷରେ ନାୟିକା ସାଜିଥିଲେ।

ରୂପାଲି

‘ମୁଁ ବି ହିରୋଇନ୍ ହେବି’ର ଟ୍ୟାଲେଣ୍ଟ ସୋ’ରେ ଫାଇନାଲିଷ୍ଟ ହେବା ପରେ ରୂପାଲିଙ୍କୁ ମିଳିଥିଲା ଓଲିଉଡ଼ ଟିକୋ ସେ ‘ରଘୁପତି ରାଘବ ରାଜାରାମ’ ସିନେମାରେ ନାୟକ ପୁପିନ୍ଦରଙ୍କ ଅପୋଜିଟରେ ବ୍ରେକ୍ ପାଇଥିଲେ।

ସସ୍ମିତା

ତରଙ୍ଗ ଟିଭିରେ ପ୍ରସାରିତ ନାୟିକା ଖୋଜା ଅଭିଯାନ ‘କିଏ ହବ ମୋ ହିରୋଇନ୍’ରେ ସାମିଲ୍ ହୋଇ ଏହି ସୋ’ରେ ବିଜୟିନୀ ହୋଇଥିଲେ ସସ୍ମିତା। ଏହା ପରେ ତାଙ୍କୁ ଓଲିଉଡ଼ର ଆଗଧାଡ଼ିର ନାୟକ ସମ୍ବିତଙ୍କ ବିପକ୍ଷରେ ‘ହାପିଲକି’ ସିନେମାରେ ନାୟିକା ହେବାର ସୁଯୋଗ ମିଳିଥିଲା।

Comment